ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ପୌରାଂଚଳ ଅଧିନସ୍ଥ ଶିମିଳିଆ ମା’ କାମନାକାଳୀ ମନ୍ଦିରର ୮୧ତମ ଜନ୍ମ ବାର୍ଷିକ ଉତ୍ସବ ଓ ନୂତନ ସିଂହାସନ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ନାଳ ପୋଖରୀରୁ ପୂଜାର୍ଚ୍ଚନା କରି ଗ୍ରାମର ୧୦୮ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବାଦ୍ୟ ଓ ସଂକୀର୍ତନ ମଣ୍ଡଳୀ ଦ୍ବାରା ସହର ପରିକ୍ରମା କରି ଜଳସଯାତ୍ରା କରିଥିଲେ । ପରେ ମନ୍ଦିର ନିକଟରେ ପହଁଚି କଳସ ସ୍ଥାପନ କରି ଅଧିବାସ ପୂଜା ଆରମ୍ଭ ହୋଇଥିଲା । ମନ୍ଦିରର ମୁଖ୍ୟ ପୂଜକ ପଦ୍ମନାଭ ନାଥ, ଯଜ୍ଞ ମୁଖ୍ୟ ପୁରୋହିତ ରୁଦ୍ରନାରାୟଣ କବିଶତପଥୀ ଓ ଗୋକୁଳାନନ୍ଦ ତ୍ରିପାଠୀ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କର୍ତା ବିଭୂତି ଭୂଷଣ ସାହୁ, କର୍ତୀ ରଶ୍ମିତା ସାହୁ, ସଭାପତି ସତ୍ୟାନନ୍ଦ ପାତ୍ର, ସଂପାଦକ ବିଶ୍ବ ରଞ୍ଜନ ସାହୁ, ଉପସଭାପତି ଅଲେଖ ବିହାରୀ ସାହୁ, କୋଷାଧ୍ୟକ୍ଷ ସର୍ବେଶ୍ୱର ସାହୁଙ୍କ ସମେତ ମା’ଙ୍କ ଉକ୍ତ, ଦଣ୍ଡ କଳାକାର ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରି ସଫଳ କରିଥିଲେ । ଆସନ୍ତା ୨୨ ତାରିଖରେ ପୂର୍ଣାହୁତି ଅନୁଷ୍ଠିତ ହେବ ।