ଆଜି ପତିତପାବନ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧେଶ୍ୱରୀ ମଣ୍ଡଳ ଭାଜପାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ମଣ୍ଡଳ ସଭାପତି ଶ୍ରୀ ସୌମ୍ୟରଞ୍ଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାଜ୍ୟସଭା ସାଂସଦ ତଥା ଭାଜପା ଓଡ଼ିଶା ପ୍ରଦେଶ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର,ବିଧାୟିକା ତଥା ସହ ପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ଛତିଶଗଡ଼ର ରାୟପୁର ଉତ୍ତର ବିଧାୟକ ଶ୍ରୀ ପୁରନ୍ଦର ମିଶ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ,ବାଣପୁର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ରୀନା ଦେଈ,ସଂଗଠକ ଶ୍ରୀ ତପନ ପ୍ରଧାନ,ମୋରାମୋରି ପଞ୍ଚାୟତର ସମିତିସଭ୍ୟ ଶ୍ରୀ ରତ୍ନାକର ପ୍ରଧାନ,ଗମ୍ଭାରୀମୁଣ୍ଡା ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଅନିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଭାରୀ ଶ୍ରୀ ତୋମାର ଜୀ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ବିସ୍ତୃତ ଆଲୋଚ଼ନା କରିବା ସହ ବିଜେଡ଼ି ସରକାର ହଟିବ,ଓଡ଼ିଶା ରେ ଡ଼ବଲ ଇଞ୍ଜିନର ସରକାର ହେବ ବୋଲି କହିଥିଲେ ଏବଂ ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ କହିଥିଲେ।ସହ ପ୍ରଭାରୀ ଶ୍ରୀମତୀ ଉସେଣ୍ଡି ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଓ କୁଇଣ୍ଟାଲ ଧାନ ପିଛା ମୂଲ୍ୟ ୩୧୦୦ ହେବ ବୋଲି କହିଥିଲେ।ପ୍ରଭାରୀ ଓ ସହ ପ୍ରଭାରୀ ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ନିବେଦନ କରିବା ସହ ସାଂଗଠନିକ ବିଷୟରେ ବିସ୍ତୃତ ଆଲୋଚ଼ନା କରିଥିଲେ।ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ ଚ଼ିଲିକା ର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ଏବଂ ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତକୁ ପାଣି ଓ ପ୍ରତି ହାତକୁ କାମ ମୋ ସଂକଳ୍ପ,ଓଡ଼ିଶାରେ ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଥିଲେ।ଏହି ବୈଠକରେ ମଣ୍ଡଳର ସମସ୍ତ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।