ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଠମଲ୍ଲିକ ଗସ୍ତ

ଆଠମଲ୍ଲିକ,୧୭.୦୫(ବୁଲୁ ଦଳେଇ):ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ଆସି ଆଠମଲ୍ଲିକ ଠାରେ ଥିବା ବିଜୁ ପଟ୍ଟନାୟକ ପଡିଆରେ ଉଦବୋଧନ ଦେଇଥିଲେ । ଏହି ନିର୍ବାଚନ ସଭାରେ ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଙ୍କ ସମେତ ଆଠମଲ୍ଲିକ ରୁ ପ୍ରାର୍ଥୀ ଥିବା ନଳିନୀ ପ୍ରଧାନଙ୍କ ପାଇଁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଏହି ନିର୍ବାଚନ ସଭାରେ 5ଟି ଅଧ୍ଯକ୍ଷ ଭି କେ ପାଣ୍ଡିଆନ, ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆପଣ ମାନେ ଖୁସି ତ , ଉତ୍ତରରେ ଉପସ୍ଥିତ ଜନସାଧାରଣ ହଁ କହିବା ସହିତ ଜୟ ଜଗନ୍ନାଥ ଧ୍ବନୀ ଦେଇ ନବୀନ ପଟ୍ଟନାୟକ ଜିନ୍ଦାବାଦ କହିଥିଲେ । ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ 5ଟି ଅଧ୍ଯକ୍ଷ ଭି କେ ପାଣ୍ଡିଆନ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଶପଥଗ୍ରହଣ କରିବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ ଏବଂ ସମସ୍ତଙ୍କ ପାଇଁ ବିଏସକେଓ୍ବାଇ କାର୍ଡ କରିବା ସହିତ ସରକାରୀ ଚାକିରୀରେ ଥିବା ଅଙ୍ଗନଓ୍ବାଡି ସମସ୍ତ ଆଶା କର୍ମୀଙ୍କର ମଧ୍ଯ ବିଏସକେଓ୍ବାଇ କାର୍ଡ ବନାଇବା ପାଇଁ କହିଥିଲେ। ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରରେ ବିଜେପି ସରକାର ଉପରେ ଆରୋପ ଲଗାଇବା ସହିତ ତେଲ ଦର କମିଲା କି? ଏଲପିଜି ସିଲିଣ୍ଡର ଦର କମିଲା କି ବୋଲି ପ୍ରଶ୍ନ କରିଥିଲେ । ନଳିନୀ ପ୍ରଧାନ ଏଥର ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ଅଧ୍ଯକ୍ଷ ଭି କେ ପାଣ୍ଡିଆନଙ୍କ ଉଦବୋଧନ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନିର୍ବାଚନ ପ୍ରଚାର ସଭାରେ ୩୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ ।