ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୨୯୧ ଜଣ ସୁସ୍ଥ ହେଲେଣି।
ସୁସ୍ଥ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ୩୯, ଖୋର୍ଦ୍ଧା ଜିଲ୍ଲାର ୨୩, ଗଜପତି ଜିଲ୍ଲାର ୨୩, ପୁରୀ ଜିଲ୍ଲାର ୧୯, ବରଗଡ ଜିଲ୍ଲା ର ୧୩, ସୁନ୍ଦରଗଡ଼ ଜିଲ୍ଲାର ୮, ବାଲେଶ୍ୱର ଜିଲ୍ଲାର ୭, ଭଦ୍ରକ ଓ ରାୟଗଡା ଜିଲ୍ଲା ର ୫ ଜଣ ଲେଖାଏଁ, ମାଲକାନଗିରି, କେନ୍ଦ୍ରାପଡା, କେନ୍ଦୁଝର, ଜଗତସିଂହପୁର ଓ ସୋନପୁର ଜିଲ୍ଲାର ୪ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲାର ୩, ଢେଙ୍କାନାଳ ଜିଲ୍ଲାର ୨ ଏବଂ ଝାରସୁଗୁଡା ଜିଲ୍ଲାର ଜଣେ ସୁସ୍ଥ ହୋଇଛନ୍ତି।