ଉଲୁଣ୍ଡା,୧୨/୦୫(ଚୈତନ୍ୟ ଭୁକ୍ତା): ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଭୂତିଆ ପାଲି ଯାତ୍ରୀ ବିଶ୍ରାମଗାର ଅବହେଳିତ ଅବସ୍ଥାରେ ପଡିରହିଛି |ଫଳରେ ଯାତ୍ରୀମାନେ ବସକୁ ଅପେକ୍ଷା କରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ସୂଚନା ଅନୁସାରେ ବହୁବର୍ଷ ପୂର୍ବେ ଉକ୍ତ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଥିଲା |ଏଠାରେ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସ କୁ ଅପେକ୍ଷା କରୁଥିଲେ | ମାତ୍ର ଏହି ଯାତ୍ରୀ ବିଶ୍ରାମଗାର ପାଖ ଦେଇ ଯାଇଥିବା ରାସ୍ତା ବହୁ ଉଚ୍ଚରେ ନିର୍ମାଣ ହୋଇଛି |ଫଳରେ ଏହି ଯାତ୍ରୀ ବିଶ୍ରାମ ଗାର ନୀଚ୍ଚରେ ରହିବା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଏହା ଭିତରେ ପାଣି ଜମି ରହୁଛି |ତେଣୁ ଏହା ଅନୁପଯୋଗୀ ହୋଇପଡ଼ିଛି |ବର୍ତମାନ ଏହି ସ୍ଥାନଟି ଅସାମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳ ପାଲଟିଛି |ଲୋକେ ବିଭିନ୍ନ ସ୍ଥାନକୁ ଯିବା ପାଁଇ ବସକୁ ଖୋଲା ଆକାଶ ତଳେ ଅପେକ୍ଷା କରୁଛନ୍ତି |ବ୍ଲକରେ ଲଷ୍ମୀ ବସ ଚାଲିବା ପୂର୍ଵରୁ ବିଭିନ୍ନ ଛକ ଥିବା ଯାତ୍ରୀ ବିଶ୍ରାମ ଗାର ଉନ୍ନତି କରଣ କାର୍ଯ୍ୟ ହୋଇଥିଲା |ମାତ୍ର ସ୍ଥାନୀୟ ପ୍ରଶାସନ ଇଛାଶକ୍ତି ର ଅଭାବ ଯୋଗୁଁ ଏହି ଯାତ୍ରୀ ବିଶ୍ରାମ ଗାରଟିର ମରାମତି ହୋଇପାରିନାହିଁ |ଯାତ୍ରୀ ବିଶ୍ରାମ ଗାର ନ ଥିବା ରୁ ସ୍ଥାନୀୟ ଲୋକଙ୍କ ମଧ୍ୟ୍ୟରେ ଅଶନ୍ତୋଷ ପ୍ରକାଶ ପାଇଛି |ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଇ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରିବାକୁ ଦାବି ହେଉଛି |