ଦୁଇ ବସ ମୁହାଁ ମୁହିଁ ଧକ୍କ| ଜଣେ ବସ ଡ୍ରାଇଭର ଙ୍କ ମୃତ୍ୟୁ

ଉଲୁଣ୍ଡା,୧୧/୦୫(ଚୈତନ୍ଯ ଭୁକ୍ତା):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାବ୍ଲକ ଅନ୍ତର୍ଗତ ଡୁଡୁପାଲି ଛକ ଠ|ରେ ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ଦୁଇଟି ଘରୋଇ ବସ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି |ସୂଚନା ଅନୁସାରେ ଏଥିରେ ପ୍ରାୟ ୩୦ଯାତ୍ରୀ ଆହତ ହୋଇଥିବା ବେଳେ ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |କରିସ୍ମା ନାମକ ଘରୋଇ ବସ ସୋନପୁର ପଟରୁ ସମ୍ବଲପୁର ଯାଉଥିଲା ବେଳେ ସମ୍ବଲପୁର ପଟରୁ ଚକାଡୋଳା ବସ ସୋନପୁର ପଟକୁ ଆସୁଥିଲା |ଏହି ସମୟରେ ଡୁଡୁପାଲି ଠାରେ ଦୁଇ ବସ ମୁହାଁ ମୁହିଁ ଧକ୍କା ହୋଇଥିଲା | ଦୁର୍ଘଟଣାରେ ଆହତ ମାନଙ୍କୁ ଉଲୁଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି |