ପିଣ୍ଟୁଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା ପ୍ରେମ ନଗର ରାସ୍ତାର ଦୂରବସ୍ଥା ଦେଖିଲେ, ଲୋକଙ୍କ ସହ ଆଲୋଚନା କଲେ

ବ୍ରହ୍ମପୁର,୦୫.୦୫(ଶ୍ରୀକାନ୍ତ କୁମାର ବେହେରା): ଦିନକୁ ଦିନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସ (ପିଣ୍ଟୁ)ଙ୍କ ନିର୍ବାଚନୀ ପ୍ରଚାର ଜୋର୍ ଧରିବାରେ ଲାଗିଛି । ଚଳିତ ନିର୍ବାଚନରେ ପିଣ୍ଟୁଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାସ ମଧ୍ୟ ସାମିଲ ହୋଇ ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଶନିବାର ଦିନ ସହରର ପ୍ରମୁଖ ଛକ ଗୁଡିକରେ ନିଜର ମାଠିଆ ଚିହ୍ନର ପ୍ରଚାର କରିଥିବାବେଳେ ହାଉସିଂ ବୋର୍ଡ, ପ୍ରେମ ନଗର ଆଦି ଅଞ୍ଚଳରେ ନିଜର ମହିଳା ସମର୍ଥକଙ୍କ ସହ ମିଶି ମାଠିଆ ଧରି ପ୍ରଚାର କରିଥିଲେ । ଶତାଧିକ ମହିଳା ମୁଣ୍ଡରେ ମାଠିଆ ଧରି ପିଣ୍ଟୁ ଙ୍କ ସହ ଗଳି ଗଳି ବୁଲି ଶୋଭାଯାତ୍ରା ରେ ବାହାରିଥିଲେ । ପ୍ରେମ ନଗର ମୁଖ୍ୟ ରାସ୍ତା ଯାହାକି ବ୍ରହ୍ମପୁର ସହର ପ୍ରବେଶ ପଥ ହୋଇଥିବା ବେଳେ ଦୈନିକ ଶହ ଶହ ଭାରିଯାନ ଓ ସ୍ଥାନୀୟ ଲୋକେ ଯାତାୟାତ କରିଥାନ୍ତି । ଦୀର୍ଘ ବର୍ଷ ଧରି ରାସ୍ତା ଟି ମରାମତି ହେଉନଥିବା ସହ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ନିଗମ କତୃପକ୍ଷ, ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହେଉଛି । ଯେଉଁ କାର୍ଯ୍ୟ ଦୁଇ ରୁ ତିନି ମାସ ମଧ୍ୟରେ ସମାଧାନ ହୋଇଯିବା କଥା ତାହା ଦୀର୍ଘ ବର୍ଷ ଧରି ହେଉନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ନିନ୍ଦା କରିଥିଲେ ଶିବ ଶଙ୍କର ଦାସ । ନିର୍ବାଚନ ରେ ସେ ବିଜୟ ହେଲେ ଯେକୌଣସି କାର୍ଯ୍ୟ ଏକ ମାସ ମଧ୍ୟରେ ସମାଧାନ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଲୋକଙ୍କ ପୂର୍ବ ଭଳି ଭଲପାଇବା ଆଉ ସମର୍ଥନ ରହିଥିବା ଦେଖି ସେ ଚଳିତ ନିର୍ବାଚନରେ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ପିଣ୍ଟୁ।