ଚୁ ଆଁ ପାଣିରେ ଶୋଷ ମେଣ୍ଟାଉଛନ୍ତି ଦେଝରଣ ଗ୍ରାମବାସୀ

ଉଲୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଏସ ପତ୍ରା ପାଲି ଚୁ ଆଁ ପାଣି ରେ ଶୋଷ ମେଣ୍ଟାଉ ଛନ୍ତି ଦେ ଝରଣ ଗ୍ରାମବାସୀ
ଉଲୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ ପତ୍ରା ପାଲି ପଂଚାୟତ ର ଉପାନ୍ତ ରେ ଥିବା ଦେ ଝରଣ ଗ୍ରାମ ବାସୀ ଆଜି ବି ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି|ଏହି ଗ୍ରାମରେ30 ପରିବାର ବସବାସ କରୁ ଥିବା’ବେଳେ ଗାଁ ଲୋକଙ୍କ ପାଖରେ77ବର୍ଷ ସ୍ୱାଧୀନତା ପରେ ମଧ୍ୟ ଗ୍ରାମାଞ୍ଚଳ ରେ ମୌଳିକ ସୁବିଧା ରୁ ବଞ୍ଚିତ ରହୁଛନ୍ତିଆଦିବାସୀ ପରିବାରଗାଁକୁ ଯିବା ଆସିବା ପାଇଁ ରାସ୍ତା ନାହିଁ l ଏହିଗାଁ କୁ ଆମ୍ବୁଲାନ୍ସ ସାତ ସପନ,ଲୋକଙ୍କୁ ଖଟିଆ ରେ ବୋହି ନେଇ ବୋହି ନେଇଥାନ୍ତି ବିଶେଷ କରି ଏହି ଗାଁରେ ପିଇବା ପାଣି ର ସୁବିଧା ନାହିଁ ନଳକୂଅ, ବରୱାଲକିଛି ନ ଥିବା ନାଲିଆ ଦୂଷିତ ପାଣି କୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି l ଗାଁ ର ଛୋଟ ଛୁଆ ପାଇଁ ପାଠ ପଢିବା ସାତ ସପନ|ଗାଁରେ ଅଙ୍ଗନୱାଡି ସ୍କୁଲ ନଥିବା ରୁ ଛୁଆ ମାନେ ଶିକ୍ଷାଦାନ ରୁ ବଞ୍ଚିତ ଅଛନ୍ତି। ଯାହା ଫଳରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ ଏ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଆନ୍ତରିକତା ନାହିଁ!ସବୁଜାଣି ଶୁଣି ବ୍ଲକ ପ୍ରଶାସନ ଚୁପ,ଲୋକ ମାନେ ବାରମ୍ୱାର ପ୍ରଶାସନ ନିକଟରେ ଦାବି କରୁଥଲେ ମଧ୍ୟ କିଛି ପାଇ ପାରୁ ନାହାନ୍ତି!ବିଶେଷ କରି ଏବେ ଖରା ଦିନ ରେ ପିଇବା ପାଣି ର ସୁବିଧା ନଥିବା ବେଳେ ଦୂଷିତ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ପରିବାର।ଏ ମାନଙ୍କ ପାଖରେ ପ୍ରଶାସନ ନା ନେତା କେହି ବି ପହଂଚିନି ଭୋଟ ସମୟ ରେ ନେତା ମାନେ ଯାଇ ଭୋଟ ମାଗି ସବୁ କରି ଦବୁ କହନ୍ତି ଭୋଟ ସରିଗଲେ ସବୁ ଭୁଲି ଯାଆନ୍ତି ଆଗାମୀ 48 ଘଣ୍ଟା ମଧ୍ୟରେ ଦେ ଝରଣ ଗାଁ ରେ ପିଇବା ପାଣି ସୁବିଧା କରାନଗଲେ ଭୋଟବର୍ଜନ କରିବାକୁ କହି ଥିଲେ! ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ଏଥି ପାଁଇ ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମ ବାସୀ ଚେତାବନି ଦେଇଛନ୍ତି। ଅତି ଶୀଘ୍ର ଏହି ଗାଁ କୁ ପିଇବା ପାଣି ସହ ସମସ୍ତ ସୁବିଧା କରିବାକୁ ଗ୍ରାମ ବାସୀ ଦାବୀ କରିଛନ୍ତି!