ରାୟଗଡା,୧୨.୦୪(ଅମୁଲ୍ୟ ନିଶଙ୍କ):ବିଜେଡି ଦଳ ର ସଭାପତି ଦାୟିତ୍ୱ ନେବା ପରେ ଏନ ଭାସ୍କର ରାଓ ଗତ କାଲି ପ୍ରଥମ ଥର ପାଇଁ ଗୁଣୁପୁର ପଦ୍ମପୁର ଗସ୍ତରେ ଆସିଥିଲେ ଏହି ଗସ୍ତ ସମୟରେ ଗୁଣୁପୁର ଏକ କଲ୍ୟାଣ ମଣ୍ଡପ ଠାରେ ଦଳୀୟ କର୍ମୀ ତଥା ବିଧାୟକ ରଘୁନାଥ ଗମାଙ୍ଗ ଭାସ୍କର ରାଓ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଏହି ସଭା ରେ ବିଜେଡି ର ବହୁ ପୁରୁଣା ଓ ନୂଆ ନେତା କର୍ମୀ ମାନେ ପୂର୍ବରୁ ଥିବା ଶତ୍ରୁତା କୁ ଭୁଲି ଏକତ୍ରିତ ହୋଇଥିଲେ l ପୂର୍ଵ ଶତ୍ରୁତା କୁ ଭୁଲି ଦଳୀୟ ମନଭାବ ନେଇ ଆଗାମୀ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ଙ୍କୁ ବିଜୟ ହାସଲ ପାଇଁ କାମ କରିବା କୁ ପରାମର୍ଶ ଦେଇଥିଲେ l ସମସ୍ତେ ମିଳିମିଶି କାମ କରିଲେ ଦଳ ନିଶ୍ଚିତ ବିଜୟ ହାସଲ କରିବ ବୋଲି ଭାସ୍କର ରାଓ ଦୃଢତାର ସହିତ କହିଥିଲେ l ଗତ କିଛି ବର୍ଷ ଧରି ଦଳ ଭିତରେ ଚାଲିଥିବା ଅନ୍ତକନ୍ଦଳ ପାଇଁ ଗୁଣୁପୁର ପୌର ପାଳିକା, ବ୍ଲକ ର ଅଧକ୍ଷ ପଦ ବିଜେଡିବରୁ ଚାଲିଯାଇଥିଲା ସେଥିପାଇଁ ଆମେ ସମସ୍ତେ ଦାଈ କିନ୍ତୁ ବର୍ତମାନ ଏହା ହେବାକୁ ଦିଆଯିବ ନାହିଁ ବୋଲି ରାଓ କହିଛନ୍ତି l ବର୍ତମାନ ଦଳ ରେ ଆଉ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ ଆମେ ସମସ୍ତେ ବିଜୁ ପରିବାର ର ଏକ ସଦସ୍ୟ ଭାବେ କାମ ଜାରିବାକୁ ପଡିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ବରିଷ୍ଠ ନେତା ବାବା ପ୍ରସାଦ ଙ୍କ ସଂଯୋଜନା ରେ ହୋଇଥିଲା l ଏହାପରେ ଭାସ୍କରାଓ ପଦ୍ମପୁର ଦେଇ ଯିବା ସମୟରେ ପଦ୍ମପୁର ମା ଖିଲାମୁଣ୍ଡା ମଦିର ଠାରେ ପଦ୍ମପୁର ବ୍ଲକ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିରେ ବ୍ଲକ ଅଧକ୍ଷା ମଣି ମାଳା ଶବର, ରାଧା ଗୋବିନ୍ଦ ସାହୁ, ଦୁର୍ଗା ସାହୁ, ରଘୁନନ୍ଦନ ନାୟକ, ରମାକାନ୍ତ ମାଝୀ, ଗୋଦାବରୀ ରାଉତ, ମହେଶ ନାୟକ ଗୁଡାରି ଜ଼ିଲ୍ଲା ପରିଷଦ ସଭ୍ୟ ପତି କ୍ରସ୍କ, l କାଶୀ ନାଥ ବଳିୟାର ସିଂ,, କୈଳାସ କ୍ରସ୍କ, ପଦ୍ମପୁର ସରପଞ୍ଚ ପ୍ରକାଶ କଣ୍ଡଗୋରି, ସରୋଜ ଦାସ ବିଜୟ ଶବର ସ୍ୱାଗତ କରିଥିଲେ l ଉପସ୍ଥିତ କର୍ମୀ ଙ୍କୁ ଏକ ଜୁଟ ହୋଇ କାମ କରିବା ପାଇଁ ଭାସ୍କର ରାଓ କହିଥିଲେ l