ଢେଙ୍କାନାଳ ଡାକମଣ୍ଡଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ଅଂଶଗ୍ରହଣ ପାଇଁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ ଡାକମଣ୍ଡଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ଅଂଶଗ୍ରହଣ ପାଇଁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ତା 10.04.2024 ରିଖ ବୁଧବାର ଦିନ ସକାଳ 7.00 ଟାରେ ଢେଙ୍କାନାଳ ଡା଼କମଣ୍ଡଳ କାର୍ଯ୍ୟାଳୟ ଠାରୁ ବହୁ ସଂଖ୍ୟାରେ ଡାକ କର୍ମଚାରୀ ମାନେ ବାହାରି ଗଣେଶ ବଜ଼ାର, ଲକ୍ଷ୍ମୀ ବଜ଼ାର, ଜବାହର ଛକ, ନେହେରୁ ପାର୍କ, ତହସିଲ ଅଫିସ, ବାସ ଷ୍ଟାଣ୍ଡ , ମିନି ଷ୍ଟାଡିଅମ , ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଢେଙ୍କାନାଳ ସହର ପରିକ୍ରମା କରିଥିଲେ। ଏହି ଅବସରରେ ହାତରେ ବିଭିନ୍ନ ପ୍ଲାକାର୍ଡ଼ , ପୋଷ୍ଟର ଏବଂ ବ୍ୟାନର ମାଧ୍ୟମରେ ଅଧିକରୁ ଅଧିକ ସହଭାଗିତା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଯିବା ସହିତ ପ୍ରତ୍ୟେକ ଭୋଟ ମୂଲ୍ୟବାନ ଏବଂ କୌଣସି ନାଗରିକ ଯେପରି ଭୋଟଦେବା ରୁ ବଞ୍ଚିତ ନ ହୁଅନ୍ତି ସେ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଡାକ ମଣ୍ଡଳ ପକ୍ଷରୁ ଢେଙ୍କାନାଳ ସହରରେ ଯୁବ ସମାଜ ଓ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ନିରପେକ୍ଷ ନିର୍ବାଚନ ବାର୍ତ୍ତା ଦିଆଯାଇଛି। ଢେଙ୍କାନାଳ ଡା଼କମଣ୍ଡଳର ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଦାଶ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଢେଙ୍କାନାଳ ମୁଖ୍ୟଡ଼ାକଘରର ଡାକପାଳ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସ୍ୱାଇଁ, ଢେଙ୍କାନାଳ ସବଡ଼ିଭିଜନ ର ନିରୀକ୍ଷକ ଶ୍ରୀଯୁକ୍ତ ସଦାଶିବ ରାଉତ , ଢେଙ୍କାନାଳ ଡା଼କମଣ୍ଡଳ ର ଅଫିସ ସୁପରଭାଇଜର ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ନାଏକ ସହଯୋଗ କରିଥିଲେ। ଏହି ପ୍ରଭାତ ଫେରି ରେ ଢେଙ୍କାନାଳ ଡା଼କମଣ୍ଡଳ କାର୍ଯ୍ୟାଳୟ, ଢେଙ୍କାନାଳ ମୁଖ୍ୟ ଡାକଘର ଏବଂ ଢେଙ୍କାନାଳସହରରେ ରହୁଥିବା ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।