ଢେଙ୍କାନାଳ,୦୯.୦୪(ଶୁଭମ ପାଣି):ଓଡ଼ିଶା ର ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ଯ ସମାଜ କେନ୍ଦୁ ପାଟଣା ମଣ୍ଡଳ ର ତ୍ରୀଦିବସୀୟ ବାର୍ଷିକ ସମ୍ମିଳନୀ କେନ୍ଦୁପାଟଣା ର ଚମ୍ପତି ପାଟଣା ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ କେନ୍ଦ୍ରୀୟ ସଭାପତି ରଶ୍ମୀ କାନ୍ତ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏପ୍ରିଲ ମାସର ଚାରି ତାରିଖ ଠାରୁ ଆଠ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିବସ ଓ ଦ୍ବିତୀୟ ଦିବସରେ କେନ୍ଦ୍ରୀୟ ଉପସଭାପତି ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ଦ୍ବିତୀୟ ଦିବସର ରାତ୍ରରେ ଓ ତୃତୀୟ ଦିବସ ରେ କେନ୍ଦ୍ରୀୟ ସଭାପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶ୍ରୀ ଶ୍ରୀ ସତ୍ୟ ନାରାୟଣଙ୍କୁ ଭୋଗ ସର୍ମପି ପୋଥି ପାଲା ଅନୁଷ୍ଠିତ ହୋଇଥିଲା।କେନ୍ଦ୍ର ଅଧୀନ ର ସମସ୍ତ ଥାନ ର ସଭାପତି , ସମ୍ପାଦକ, କାର୍ଯ୍ୟ କାରୀ କମିଟିର ସଦସ୍ୟମାନେ ଓ ମାଆ ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଉଦ୍ ଯାପନ ସମାରୋହ ତୃତୀୟ ଦିବସ ଅପରାହ୍ନ ରେ କେନ୍ଦ୍ରୀୟ ସଭାପତି ରଶ୍ମୀ କାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ବେଶ୍ଯ ସମାଜ ର ସଭାପତି ରଘୁନାଥ ସାହୁ, ସମ୍ମାନିତ ଅତିଥି ଭାବେ ନିଖିଳ ବୈଶ୍ଯ ସମାଜ ର ଉପସଭାପତି କୈଳାସ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ନୃସିଂହ ଚରଣ ଦାସ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ଉପଦେଷ୍ଟା ରାଧାକାନ୍ତ ସାହୁ, ଯାଜପୁର ମଣ୍ଡଳର ନେତୃତ୍ୱ ଯଗତ କୁମାର ନାୟକ ଓ ଅଜିତ କୁମାର ନାୟକ ମଞ୍ଚାସୀନ ହୋଇ ଉଦ୍ ବୋଧନ ଦେଇଥିଲେ। ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସାଧାରଣତ ସମ୍ପାଦକ ସନ୍ତୋଷ କୁମାର ସାହୁ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ଉପସଭାପତି ଗୋବର୍ଦ୍ଧନ ନାୟକ, ସଂଗଠନ ସମ୍ପାଦକ ସୁଶାନ୍ତ କୁମାର ପୃଷ୍ଟି ସଂଗଠନ ର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ କେନ୍ଦୁ ପାଟଣା ମଣ୍ଡଳ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ସଂଯୋଜନା କରିଥିଲାବେଳେ ଉପସଭାପତି ଗୋବର୍ଦ୍ଧନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମାଟ୍ରିକ,ପ୍ଲସ ଟୁ ଆର୍ଟସ୍, ପ୍ଲସ ଟୁ ସାଇନ୍ସ,ପ୍ଲସ ଥ୍ରି ଆର୍ଟସ୍, ଆଇ ଟି ଆଇ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ,ଟ୍ରଫି, ଆର୍ଥିକ ଅନୁଦାନ, ଓ ଫୁଲ୍ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ତିନିବର୍ଷ ପାଇଁ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ନିଖିଳ ଉତ୍କଳ ବେଶ୍ଯ ସମାଜ ର ସଭାପତି, ସାଧାରଣ ସମ୍ପାଦକ ପର୍ଯ୍ୟବେସିତ କରିଥିଲେ।ପରେ ସମସ୍ତ ଥାନ କୁ ଉଖୁଡା ଭୋଗ ବଣ୍ଟନ କରାଯାଇଥିଲା।