ରାୟଗଡ଼ା,୯/୪(ପ୍ରଫୁଲ୍ଲ କୁମାର ବେହେରା):ଏଭକି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ରାୟଗଡା ଜିଲ୍ଲା ଟିକିରି ବନାଞ୍ଚଳ ଅଧିନ ଏକ ସଂଗ୍ରକ୍ଷିତ ଜଙ୍ଗଲରେ । ଦୁଇଦିନ ଧରି ମାରିଭଟା ନିକଟସ୍ଥ ଦୁଦୁରା ଝୋଲ ଗ୍ରାମ ନିକଟରେ ଏକ ପ୍ରାକୃତିକ ଜଙ୍ଗଲ ରେ ହୁତୁ ହୁତୁ ହୋଇ ନିଆଁ ରେ ଜଳି ମୂଲ୍ୟବାନ ବୃକ୍ଷ ସବୁ ପାଉଁଶ ହେଉଥିବା ଦେଖିବାକୁ ମିଳିଛି । ସମଦୃଶ୍ୟ ଦୋରାଗୁଡା ଯିବା ବାଟରେ ଥିବା କମ୍ଫର ଗ୍ରାମର ଏକ ଜଙ୍ଗଲ ରେ ଗତଦୁଇଦିନ ତଳେ ହୁତୁହୁତୁ ହେଇ ନିଆଁ ରେ ଜଳୁଥିବା ଦେଖିବାକୁ ମିଳିଥିଲା । ପୁଣି ଉକ୍ତ ଜଙ୍ଗଲ ର ମୂଲ୍ୟବାନ କାଠ କୁ ବ୍ୟବସାୟୀ ଭିତ୍ତିକ ଜାଳେଣି ସବୁ କୁ ଟିକିରି/କାଶୀପୁର ଭଳି ସହରରେ ସାଗମାଛ ଦରରେ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି। ପ୍ରକାଶ ଥାଉ କି କାଶୀପୁର ବନାଞ୍ଚଳ ହେତୁ ହିଂସ୍ରଜନ୍ତୁଙ୍କ ସହ ଘଞ୍ଚ ଜଙ୍ଗଲ ପାଇଁ ଲୋକେ ଦିନରେ ବୁଲିବା କୁ ସାହସ କରିପାରୁ ନ ଥିବା ଉଦାହରଣ ରହିଛି । ବର୍ତ୍ତମାନ ଉକ୍ତ ସ୍ଥାନ ମାନଙ୍କ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୋରୁ ଚରୁ ଥିବା ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ଅନୁମେୟ କରିପାରୁଥିବେ ବିଭାଗୀୟ ଜଙ୍ଗଲ ସୁରକ୍ଷା ର ତତ୍ପରତା । ବିଭାଗ ପକ୍ଷରୁ ପ୍ରତି ବର୍ଷ ପାଣି ଭଳି କୋଟି କୋଟି ଟଙ୍କାର ଅନୁମଦନ ପୁଣି ଖର୍ଚ୍ଚ ହେଉଅଛି । କିନ୍ତୁ ପ୍ରାକୃତିକ ଜଙ୍ଗଲ ର ରକ୍ଷା ହେଉଛି ନା ନୂତନ ଜଙ୍ଗଲ ସୃଷ୍ଟି ହେଉଛି । ଏପରିକି ଜଙ୍ଗଲ କୁ ନିଆ ଦାଉରୁ ରକ୍ଷା କରିବା ପାଇଁ ବିଭାଗ ପକ୍ଷରୁ ଅସମର୍ଥ ଥିବା ଜଣାପଡୁଛି । ଏପରିକି ଗ୍ରୀଷ୍ମ ରେ ବନ ବିଭାଗ ପକ୍ଷରୁ ଲୋକ ଙ୍କୁ ସଚେତନତା କାର୍ଯ୍ୟକ୍ରମ ସହ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ର ପ୍ରବଧାନ ରହିଛି । ଏସବୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଜଙ୍ଗଲ ସୁରକ୍ଷା କୁ ନେଇ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ତୁରନ୍ତ ଉଚିତ ପଦକ୍ଷେପ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।