ବିଷମକଟକ ବିଧାନସଭା କ୍ଷେତ୍ର ପାଇଁ କଲ ସେଣ୍ଟର ଉଦଘାଟିତ

ରାୟଗଡା,୦୭.୦୪( ଅମୁଲ୍ୟ ନିଶଙ୍କ):ଆଜି ବିଷମକଟକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଷମକଟକ ଠାରେ ବିଜୁ ଜନତା ଦଳ ତରଫରୁ “ବିଜୁ ଜନତା ଦଳ ବିଷମକଟକ ନିର୍ବାଚନମଣ୍ଡଳୀ କଲ ସେଣ୍ଟର”ର ଶୁଭାରମ୍ଭ ହୋଇଯାଇଛି l ଏହି କଲ ସେଣ୍ଟର କୁ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଉଦଘାଟନ କରିଥିଲେ l ଏହି କଲ ସେଣ୍ଟର୍ ମଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ଯେପରି କି ବି ଏସ କେ ୱାଇ ନବୀନ କାର୍ଡ, ନବୀନ ମେଜିକ କାର୍ଡ , ନୂଆଓଡିଶା ବୃତ୍ତି ଆଦି ଅନେକ ଗୁଡିଏ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ସହାୟତା ଯୋଗାଇ ଦିଆଯିବବୋଲି ମନ୍ତ୍ରୀ କହିଛନ୍ତି l “୭୭୩୫୩୦୭୯୯୭” ଏହି ମୋବାଇଲ ନମ୍ବରରେ କଲ କରି “କଲ ସେଣ୍ଟର” ସହିତ ଯୋଡି ହୁଅନ୍ତୁ ବୋଲି ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l ଏହି ଅବସରରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର କୁମାର ଦାସ ବିଷମକଟକ ବିଜେଡ଼ି ବ୍ଳକ ସଭାପତି ତଥା ବ୍ଳକ ଭାଇସ ଚେରମେନ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟନାୟକ, ଜିଲ୍ଲା ବିଜେଡ଼ି ଉପସଭାପତି ଶ୍ରୀଯୁକ୍ତ ରବେନ୍ଦ୍ର ପଣ୍ଡା, ଶିବା ଦେସିଟି ଙ୍କ ସମତେ ବିଜେଡି ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ।ଠିକ ସେହିପରି କୋଲନରା ବ୍ଲକର ଥେରୁବାଲି ଠାରେ ବ୍ରାଇଟ ବେଗିଂନିଙ୍ଗ କୋଚିଙ୍ଗ ସେଣ୍ଟରକୁ ମନ୍ତ୍ରୀ ସାରକା ଉଦଘାଟନ କରିଥିଲେ l ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାରେ ଉନ୍ନତି ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁଧିର କୁମାର ଦାସ,, ଜିଲ୍ଲା ପରିଷଦ ଶ୍ରୀ ଧବଳେଶ୍ବର ନାଇଡୁ, ଖେଦାପଡା ସରପଞ୍ଚ ନରସିଂହ କୀଲାକା ବଡ଼ଖିଲାପଦର ସରପଞ୍ଚ ମାଦାରାଓ କୋଣ୍ଡା ଗୋରୀ, ଚନ୍ଦ୍ରଶେଖର ନାଇଡ଼ୁ ବୁଡୁ ଭାଇ ଓ ସ୍ଥାନୀୟ ବିଜେଡ଼ି ନେତୃମଣ୍ଡଳୀ ପ୍ରମୁଖ ଯୋଗଦେଇ ଥିଲେ।