ଆଠମଲ୍ଲିକ,୦୭.୦୪(ବୁଲୁ ଦଳେଇ)
•ଶଙ୍ଖ ର ଗଡ଼ ରେ ଫୁଟିବ କି ପଦ୍ମ ?
•ବିଜେଡି ର ଗଡ଼ କୁହା ଯାଉଥିବା ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ,
ଏଥର ଖୋଲିବ କି ବିଜେପି ର ପଦ୍ମ ପାଖୁଡ଼ା ?
•ପୁରୁଖା ନେତା ଙ୍କ ବିଜେଡି ଛାଡ଼ି ବିଜେପି ରେ ଯୋଗଦାନ ପରେ, ଆଠମଲ୍ଲିକ ରେ ଆଉ ସୁଭିବନି କି ଶଙ୍ଖ ର ଧ୍ଵନି?
ଏ ନେଇ, ଗାଁ ପିଣ୍ଡା ଠୁ ଆରମ୍ଭ କରି ଚା ଖଟି ପର୍ଯ୍ୟନ୍ତ ସବୁଠି ଚାଲିଛି ବିଚାର ବିମର୍ଷ ଏବଂ ଲାଗି ରହିଛି କଳ୍ପନା ଜଳ୍ପନା.
ଅନୁଗୋଳ ଜିଲ୍ଲା ର ଆଠମଲ୍ଲିକ ଅଞ୍ଚଳ କୁ ବିଜେଡି ଦଳ ର ଗଡ଼ ବୋଲି କୁହା ଯାଏ l କାରଣ ଦୀର୍ଘ ବର୍ଷ ଧରି ଏ ଅଞ୍ଚଳ ରେ ବିଜେଡି ଦଳର ବିଜୟ ଧାରା ଲାଗି ରହିଛି l ଅତୀତ କୁ ଅନୁଧ୍ୟାନ କଲେ, ଆଠମଲ୍ଲିକ ରେ ବିଜେପି ଦଳର ସ୍ଥିତି ସେତେଟା ଭଲ ନଥିଲା l
କିନ୍ତୁ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଦଳକୁ ପରିତ୍ୟାଗ କରି ବିଜେପି ଦଳରେ ଯୋଗଦାନ କଲା ପରେ, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ବିଜେପି ଦଳର ସ୍ଥିତି ଦିନକୁ ଦିନ ସୁଧୁରିବାକୁ ଲାଗିଲା l ଅନ୍ୟ ପଟେ ଦେଖିବାକୁ ଗଲେ, ବର୍ତ୍ତମାନ ର ବିଧାୟକ ଶ୍ରୀ ରମେଶ ସାଏ ଙ୍କ ବିଜେଡି ଛାଡ଼ି ବିଜେପି ଦଳରେ ଯୋଗଦାନ କଲାପରେ ଆଠମଲ୍ଲିକ ବିଜେପି ଦଳର ଶକ୍ତି ଏବେ ଦ୍ବିଗୁଣିତ
ହୋଇଯାଇଛି ବୋଲି ସାଧାରଣ ରେ ଚର୍ଚ୍ଚା ଯୋର ଧରିଲାଣି l ଉଭୟ ବରିଷ୍ଠ ନେତା ଙ୍କ ସମର୍ଥକ ମନେ ମଧ୍ୟ ବିଜେଡି ଦଳ ଛାଡ଼ି ବିଜେପି ଦଳରେ ଯୋଗଦାନ କରୁଥିବାର ଚିତ୍ର ଆସିଲାଣି l
ତେବେ ଆସନ୍ତୁ ଦେଖିବା , ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବର୍ତ୍ତମାନ ର ବିଧାୟକ କାହିଁକି ଇସ୍ତଫା ଦେଲେ ବିଜେଡି ଦଳରୁ ଏବଂ କଣ ରହିଛି ତାଙ୍କର ଆଗାମୀ ରଣନୀତି. ……….
ଆସନ୍ତୁ ଶୁଣିବା ଆଠମଲ୍ଲିକ ବିଜେପି ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ସଂଜୀବ ସାହୁ ନିଜର କଣ ମତ ପ୍ରକାଶ କରିଛନ୍ତି