ରାୟଗଡା,୨୯.୦୩(ଅମୁଲ୍ୟ ନିଶଙ୍କ):ଆସନ୍ତା 2024 ସାଧାରଣ ନିର୍ବାଚନ ନିମନ୍ତେ ବିଜେଡି ଦଳ ର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ଲୋକସଭା ଓ ବିଧାନସଭା ନିମନ୍ତେ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଥିଲେ l ରାୟଗଡା ବିଧାନସଭା କ୍ଷେତ୍ର ନିମନ୍ତେ ମହିଳା କାର୍ଡ ଖେଳି ଏକ ଉଚ୍ଚ ଶିକ୍ଷିତା ମହିଳା ପ୍ରାର୍ଥୀନୀ ଅନୁସୟା ମାଝୀ ଙ୍କ ନାମ ଘୋଷଣା କରିଥିଲେ l ନାମ ଘୋଷଣା ର କିଛି ଘଣ୍ଟା ପରେ ରାୟଗଡା ବିଧାନସଭା କ୍ଷେତ୍ରରେ ଏକ ଭୁକମ୍ପ ଦେଖାଦେଇଥିଲା l ଏହି ଭୁକମ୍ପ ରେ ବିଜେଡି ଦଳ ର କେତେକ କର୍ମକର୍ତ୍ତା ଙ୍କ ସହିତ ବହୁ ନିର୍ବାଚିତ ଜନପ୍ରତିନିଧି ଉଭୟ ବ୍ଲକ ଓ ପୌର ପରିଷଦ ର ନିଜ ନିଜ ର ପ୍ରାଥମିକତା ପଦ ଦଳ ରୁ ଇସ୍ତଫା ପତ୍ର ଜ଼ିଲ୍ଲା ସଭାପତି, ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ଙ୍କୁ ପଠାଇଥିବା ଦେଖିବାକୁ ମିଳିଥିଲା l
ରାୟଗଡ ବିଜେଡିରେ, ବିଦ୍ରୋହ ତେଜିବାରେ ଲାଗିଲା, 30ରୁ ଉର୍ଦ୍ଧ ଆଗଧାଡିର କର୍ମୀ ଓ ନେତା ବିଜେଡିର ପ୍ରାଥମିକ ସଭ୍ଯ ଓ ସଭ୍ଯା ପଦବୀରୁ ସମୁହ ଇସ୍ତଫା ଦେଇଥିବା ବେଳେ |ଗତ କାଲି ସ୍ଥାନୀୟ ହୋଟେଲ ତେଜସ୍ବୀ ଇଣ୍ଟରନ୍ଯାସନାଲ ଲିମିଟେଡର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜ଼ିଲ୍ଲା ପରିଷଦ ର ପୂର୍ବତନ ଅଧକ୍ଷ ତଥା ବିଜେଡି ଦଳ ର ଆଶାୟୀ ବିଧାୟକ ପ୍ରାର୍ଥୀ ଗଙ୍ଗାଧର ପୁଆଲା ଖବରଦାତା ସମ୍ମିଳନୀ ରେ କହିଥିଲେ ଯେ ଦଳର ପ୍ରାଥମିକତା ସଭ୍ୟ ପଦରୁ ଦଳ ରେ ବିଭିନ୍ନ ପଦ ପଦବୀ ରେ ଥିବା କର୍ମକର୍ତା ଙ୍କ ସହିତ ପୌର ପରିଷଦ ଓ ବ୍ଲକ ର ନିର୍ବାଚିତ ଜନପ୍ରତିନିଧି ମାନେ ଇସ୍ତଫା ଦେଇଥିବା କହିଥିଲେ l ସେ ସ୍ପଷ୍ଠ ଭାବେ କହିଥିଲେ ଯେ ଯେ, ଦଳ ରେ ଉପରୋକ୍ତ ବ୍ଯକ୍ତି ବିଶେଷଙ୍କୁ ବିଜେଡି ଦଳରେ ଆଉ ଗୁରୁତ୍ବ ଦିଆଯାଉନାହିଁ ବୋଲି |ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଙ୍କୁ ଏହି ଇସ୍ତଫା ବିଷୟରେ ପଚାରିବାରୁ ସେ କହିଲେଜେ ଯେଉଁମାନେ ଇସ୍ତଫା ପ୍ରଦାନ କରିଲେ ବୋଲି କହୁଛନ୍ତି ସେମାନେ ଅନୁସୟା ମାଝୀ କୁ ଚାଲେଞ୍ଜ କରୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି କୁ ବିରୋଧ କରିଛନ୍ତି l ନବୀନ ପଟ୍ଟନାୟକ ଯେଉଁ ଆଦେଶ ଦେବେ ତାହା ଆମେ ସମସ୍ତେ ମାନିବାକୁ ବାଧ୍ୟ୍ୟ ବୋଲି ଦାସ କହିଥିଲେ l ଦାସ ପୁଣି କହିଛନ୍ତି ଯେ ମୋର ଚି଼ହ୍ନ ଶଙ୍ଖ ମୋର ନେତା ନବୀନ ପଟ୍ଟନାୟକ ମୋର ଦଳ ବିଜେଡି ବୋଲି କହିଥିଲେ lଯେଉଁ ନିର୍ବାଚିତ ଜନପ୍ରତିନିଧି ମାନେ ଦଳ ର ପ୍ରାଥମିକତା ସଭ୍ୟ ସଭ୍ୟା ପାଦରୁ ଇସ୍ତଫା ଦେଲୁ କହୁଛନ୍ତି ସେମାନେ ସେମାନଙ୍କର ପଦପଦବି ଯଥା ଅଧକ୍ଷ, ଅଧକ୍ଷା ସରପଞ୍ଚ ସମିତି ସଭ୍ୟ ସଭ୍ୟା ପଦରୁ ଇସ୍ତଫା ଦେଇକି ନିର୍ବାଚନ ମୈଦାନ କୁ ଆସି ବିଜେଡି ସହିତ ମୁକାବିଲା କରନ୍ତୁ ବୋଲି କହିଛନ୍ତି ଦାସ l
ଆଗାମୀ ନିର୍ବାଚନ ରଣ ନୀତି କଣ ସ୍ୱାଧୀନ ଭାବେ ଆପଣ ଲଢ଼ିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଗଙ୍ଗାଧର କହିଲେ ଯେ ନିର୍ବାଚନରେ ନିଜ ପସନ୍ଦ ମୁତାବକ ପ୍ରାର୍ଥୀ ନିର୍ଦ୍ଦଳୀୟ ଭାବେ ପ୍ରତିଦ୍ବନ୍ଦିତା କରିପାରନ୍ତି ନଚେତ୍ କାହାକୁ ସମର୍ଥନ କରିବେ ସେ ଆମେ ସମସ୍ତେ ବସି ଆଲୋଚନା କରିବୁ କହିଥିଲେ l