ନିର୍ବାଚନ ଯୁଦ୍ଧ ମୈଦାନ ରେ ଜଗନ୍ନାଥ ରଘୁନାଥ ଅନୁସୟା କୁ ଅବତୀର୍ଣ୍ଣ କରିଲା ବିଜେଡି

ରାୟଗଡା,(ଅମୁଲ୍ୟ ନିଶଙ୍କ):2024 ର ବିଧାନସଭା ନିର୍ବାଚନ ଯୁଦ୍ଧ କ୍ଷେତ୍ର କୁ ବିଜେଡି ଦଳ ର ରଥି ଭାବେ ବିଧାନସଭା ରଣକ୍ଷେତ୍ର ନିମନ୍ତେ ରାୟଗଡା ପାଇଁ ଅନୁସୟା ମାଝୀ, ଗୁଣୁପୁର ପାଇଁ ରଘୁନାଥ ଗମାଙ୍ଗ ଓ ବିଷମକଟକ ପାଇଁ ଜଗନ୍ନାଥ ସାରକା ଙ୍କୁ ମୈଦାନ ରେ ଉଲ୍ଲାହିଛି l ସୂଚନା ମୁତାବକ ବିଷମକଟକ ବିଧାୟକ ପଦବୀ ନିମନ୍ତେ ଜଗନ୍ନାଥ ସାରକା ସହିତ ଅନ୍ୟକେହି ଦାବେଦାର ନଥିବାବେଳେ ଗୁଣୁପୁର ବିଧାୟକ ପଦବୀ ନିମନ୍ତେ ବର୍ତମାନ ର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ସହିତ ପଦ୍ମପୁର ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷ ରମାକାନ୍ତ ମାଝୀ ଦାବେଦାର ଥିଲେ କିନ୍ତୁ ଦଳ ପୁନର୍ବାର ରଘୁନାଥ ଙ୍କ ଉପରେ ଅସ୍ଥା ପ୍ରକଟ କରି ତାଙ୍କୁ ଟିକେଟ ଦେଇ ନିର୍ବାଚନ ମୈଦାନ କୁ ଉଲ୍ଲାହିଛି କିନ୍ତୁ ରାୟଗଡା ବିଧାନସଭା କ୍ଷେତ୍ର ନିମନ୍ତେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା,ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ଗଙ୍ଗା ଧର ପୁଆଲା, ରୀନାରାଣୀ ସାଉନ୍ତା,ବର୍ତମାନ ର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ପ୍ରବଳ ଦାବେଦାର ଥିଲେ କିନ୍ତୁ ଦଳ ଅନୁସୟା ଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରି ନିର୍ବାଚନ ମୈଦାନ ରେ ଠିଆ କରାଇଛି l ଠିକ ସେହିପରି କୋରାପୁଟ ଲୋକସଭା କ୍ଷେତ୍ର ରୁ ପୂର୍ବତନ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା କୁ ମଧ୍ୟ୍ୟ ଏହି ଥର କୋରାପୁଟ ସାଂସଦ ନିମନ୍ତେ ଟିକେଟ ପ୍ରଦାନ କରି ନିର୍ବାଚନ ମୈଦାନ କୁ ଉଲ୍ଲାହିଛି l ଲଗାତାର ତୃତୀୟ ଥର ପାଇଁ ଜଗନ୍ନାଥ ସାରକା ବିଧାୟକ ନିମନ୍ତେ ବିଷମକଟକ ରୁ ଟିକେଟ ପାଇଥିବା ବେଳେ ଗୁଣୁପୁର ବିଧାୟକ ନିମନ୍ତେ ପ୍ରତି ନିର୍ବାଚନ ରେ ପ୍ରାର୍ଥୀ ବଦଳାଇ ଆସୁଥିଲା ଦଳ କିନ୍ତୁ ଏହିଥର ନିର୍ବାଚନ ରେ ପୁନର୍ବାର ରଘୁନାଥ ଗମାଙ୍ଗ ଙ୍କୁ ଟିକେଟ ଦେଇଛି l ରାୟଗଡା ନିର୍ବାଚନ ମଣ୍ଡଳୀର ରେ ଗତ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ନିର୍ବାଚିତ ହୋଇ ସରକାର ଙ୍କ ସହିତ ସମ୍ପର୍କ ରଖି ଜନସାଧାରଣ ଙ୍କ ସେବା ଜାରି ରଖିବା ସହିତ ଟିକେଟ ଆଶାରେ ଥିଲେ କିନ୍ତୁ ଦଳ ଅନୁସୟା ମାଝୀ ଙ୍କୁ ମହିଳା କାର୍ଡ ଖେଳି ଟିକେଟ ପ୍ରଦାନ କରିଛି l