ପୁରୁଣା ପାଣି ଗାଁ ରେ ପିଇବା ପାଣି ସଙ୍କଟ, ବସୁଧା ଯୋଜନା କାହା ପାଇଁ!?!!

ଆଠମଲ୍ଲିକ,୧୮/୦୩(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପୁରୁଣା ପାଣି ସାହିରେ ଉତ୍କଟ ପାନୀୟ ଜଳ ଯୋଗାଣ ପାଇଁ ପ୍ରତିବାଦ ର ସ୍ୱର ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି। ସାହିରେ ୩୫ ଘର ର ପ୍ରାୟ ୩୦୦ ଲୋକ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ଓଡ଼ିଶା ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ପ୍ରତି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଉଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ଘଟିଛି। ଦୀର୍ଘ ତିନି ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ସାହିକି ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍ ଲାଇନ୍ ବିଛାଇ ଷ୍ଟାଣ୍ଡ ପୋଷ୍ଟ ଲାଗିଥିଲେ ମଧ୍ୟ ଅଦ୍ୟାବଧି ଜଳ ଯୋଗାଣ ବନ୍ଦ ରହିଛି। ୟେ ସମ୍ପର୍କ ରେ ଆଠମଲ୍ଲିକ ଜଳ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଉମାକାନ୍ତ ବେହେରା ଙ୍କୁ ଫୋନ୍ ଯୋଗେ ଯୋଗା ଯୋଗ କରିବାରୁ ସେ ଏ ବିଷୟ ରେ କିଛି ଜାଣି ନଥିବା କହି ପ୍ରସଙ୍ଗ କୁ ଏଡାଇ ଯାଇଥିଲେ। ସେହି ପରି ଠାକୁରଗଡ଼ ଗ୍ରାମର ଷୋଳ ପଦା ଡ଼ିଗ୍ରୀ କଲେଜ୍ ପାଖରେ ଥିବା ବସୁଧାଯୋଜନା ର ବୋରୱେଲ ରେ ପାଣି ସଙ୍କଟ ଦେଖା ଯାଇଛି। ଫଳରେ ପିଇବା ପାଣି ସମସ୍ୟା ଦ୍ଵିଗୁଣିତ ହୋଇ ପଡ଼ିଛି। ଗ୍ରୀଷ୍ମ ଋତୁରେ ଆହୁରି ଜଳ ସଙ୍କଟ ଭୟାନକ ରୂପ ଧାରଣ କରି ବାର ଥିବାରୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଜଳ ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରି ବାକୁ ଗ୍ରାମ ବାସୀ ମାନେ ଦାବୀ କରି ଛନ୍ତି।