ରାୟଗଡା,୦୬.୦୩(ଅମୁଲ୍ୟ ନିଶଙ୍କ): ଗୁଡାରି ବିଡ଼ିଓ ଅନିଶା ଦାସ ଙ୍କ ବଦଳି ଦାବିରେ ବ୍ଲକ ର ନିର୍ବାଚିତ ଜନ ପ୍ରତିନିଧି ଙ୍କ ଧାରଣା 7ମ ଦିନ ରେ ପହଁଞ୍ଚିଚିଥିବା ବେଳେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଧାରଣା ସ୍ଥଳ ରେ ପହଂଚି ଧାରଣା ରତ ବ୍ଲକ ଅଧକ୍ଷା, ଜ଼ିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଙ୍କ ଆଲୋଚନା କରିଥିଲେ l ବ୍ଲକ ଅଧକ୍ଷା ଓ ଜ଼ିଲ୍ଲା ପରିଷଦ ସଭ୍ୟ ତଥା ଧାରଣା ରତ ନିର୍ବାଚିତ ଜନ ପ୍ରତିନଧିଙ୍କୁ ବହୁତ ବୁଝା ସୁଝା କରିବା ସହିତ ଦୃଢ ଲିଖିତ ପ୍ରତିଶୃତି ଦେଇ ବିଧାୟକ ଗମାଙ୍ଗ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଚାଲିଛି ମୁଖ୍ୟ ନିର୍ବାଚନ କମିଶନର ଙ୍କ ବିନା ଅନୁମତି ରେ ବିଡ଼ିଓ ଅନିଶା ଦାସ ଙ୍କ ବଦଳି ହୋଇପାରିବ ନାହିଁ ନିର୍ବାଚନ ପରେ ମୁଁ ବାଧ୍ୟ୍ୟ ରେ ବିଡ଼ିଓ ଙ୍କୁ ବଦଳି କରିବି ବୋଲି ଧାରଣା ସ୍ଥଳ ରେ ଲିଖିତ ପ୍ରତିଶୃତି ଦେଇଛନ୍ତି l ଆପଣ ମାନେ ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ଆପଣଙ୍କୁ ସମ୍ମାନ ଦେବା ଭିଡିଓ ଓ ସରକାରୀ କର୍ମଚାରୀ ବାଧ୍ୟ୍ୟ ବିଡ଼ିଓ ଆପଣ ମାନଙ୍କୁ ନିଶ୍ଚିତ ସହଯୋଗ କରିବେ ବୋଲି ବିଧାୟକ କହିଥିଲେ l ଆଜି ହେଉଛି ସ୍ବର୍ଗତ ବିଜୁ ବାବୁ ଙ୍କ 108 ଜନ୍ମ ଜୟନ୍ତୀ ତେଣୁ ବିଜୁ ବାବୁ ଙ୍କୁ ସମ୍ମାନ ଜଣାଇ ଧାରଣା ରୁ ଓହରିଲେ ବିଜୁ ବାବୁ ଙ୍କ ପ୍ରତି ସମ୍ମାନ ରହିବ ବୋଲି କହିଥିଲେ l ବିଧାୟକ ଙ୍କ କଥା ରଖି ଲିଖିତ ପ୍ରତିଶୃତି ପାଇଁ ବ୍ଲକ ଅଧକ୍ଷା, ଜ଼ିଲ୍ଲା ପରିଷଦ ସଭ୍ୟ, ଙ୍କ ସହିତ ଧାରଣା ରୀ ନିର୍ବାଚିତ ଜନପ୍ରତିନିଧି ଧାରଣା ରୁ ଓହରିଲେ l ଭବିଷ୍ୟତ ରେ ବିଡ଼ିଓ ଯଦି ଆମକୁ ଅସମ୍ମାନ କି ଅଣଦେଖା କରନ୍ତି ଆମେ ବିଧାୟକ ଙ୍କୁ ଦାଈ କରିବୁ ବୋଲି କହିଛନ୍ତି ନିର୍ବାଚିତ ଜନ ପ୍ରତିନିଧି l ଧାରଣା ସ୍ଥଳ କୁ ବିଧାୟକ ଙ୍କ ସହିତ ବିଜେଡି ର ସୁବାଷ ଗୌଡ଼ ଓରଫ ଟୁନା ଗୌଡ଼ କର୍ମୀ ଏମ ପ୍ରସାଦ ଆସିଥିଲେ କିନ୍ତୁ ଘଟଣା ସ୍ଥଳ ରେ ବିଜେଡି ବ୍ଲକ ସ୍ତରୀୟ କୌଣସି ନେତା ଙ୍କ ଦେଖନଥିବାରୀ ଧାରଣାରତ ନିର୍ବାଚିତ ଜନପ୍ରତିଧି କ୍ଷୋଭ ପ୍ରକାଶ କରିଥିଲେ l ବିଧାୟକ ହସ୍ତକ୍ଷେପ କରି ବିଜୁ ଜନତା ଦଳ ର ଗୋଷ୍ଠି କନ୍ଦଳ କୁ ବନ୍ଦ କରିବାରେ ସକ୍ଷମ ହେଲେ କିନ୍ତୁ ଦେଖିବାକୁ ବାକି ରହିଲା ବିଡ଼ିଓ ଙ୍କୁ କେବେ ବିଧାୟକ ବଦଳି କରୁଛନ୍ତି ବୋଲି ଗୁଡାରି ବ୍ଲକ ଜନସାଧାରଣ ଆଲୋଚନା କରିବାର ଶୁଣିବାକୁ ମିଳୁଛି l