ରାୟଗଡା,(ଅମୁଲ୍ୟ ନିଶଙ୍କ) : ଗୁଡାରି ବିଡ଼ିଓ ଅନିଶା ଦାସ ଙ୍କ ବଦଳି ଦାବିରେ ବ୍ଲକ ର ନିର୍ବାଚିତ ଜନ ପ୍ରତିନିଧି ଙ୍କ ଧାରଣା 5 ମ ଦିନ ରର ପହଁଞ୍ଚିଚି l ଧାରଣା ଯେତକି ବ୍ୟାପକ ହେଉଛି ବିଜେଡି ଗୁଡାରି ରେ ସେତିକି ଫାଟ ସୃଷ୍ଟି ହେଉଛି ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି l ଧାରଣା ର 5 ଦିନ ବିତିଯାଇଥିଲେ ମଧ୍ୟ୍ୟ ଓଡିଶା ସାରକଙ୍କ ପକ୍ଷରୁ କୌଣସି ବିଧାୟକ କି ମନ୍ତ୍ରୀ ଅଥବା ଜ଼ିଲ୍ଲାପାଳ ଘଟଣା ସ୍ଥଳ କୁ ଆସି ଧାରଣା ରତ ଜନପ୍ରତିନିଧିଙ୍କ ସହିତ ଆଲୋଚନା କରିନାହାନ୍ତି ବୋଲି ଧାରଣା ରତ ଅଧକ୍ଷା କହିଛନ୍ତି l ସେ କହିଛନ୍ତି ଯେ ବିଡ଼ିଓ ଅନିଶା ଦାସ ଓ ବ୍ଲକ ଅଧକ୍ଷା ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିବା ସ୍ଥାନୀୟ ଜନସାଧାରଣ ରେ ଆଲୋଚନା ଚାଲିଛି l ସରକାରୀ କାମରେ ଜନପ୍ରତିନିଧିଙ୍କୁ ଅଣଦେଖା ସହିତ ଜାତିଆଣ ଭାବ ପ୍ରଦର୍ଶନ କରୁଛନ୍ତି ବୋଲି ନିର୍ବାଚିତ ଜନପ୍ରତିନିଧି ଗତ 28 ତାରିଖ ରୁ ଧାରଣା ରେ ବସିଛନ୍ତି l ଧାରଣା ର ପ୍ରଥମ ଦିନ ରେ ଘଟଣା ର ତଦନ୍ତ ନିମନ୍ତେ ଜ଼ିଲ୍ଲାପରିଷଦ ର ଅତିରିକ୍ତ କାର୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳ କୁ ଆସି ଚାଲିଯାଇଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା ଠିକ ଏହି ସମୟରେ ଗୁଡାରି ବ୍ଲକ ଉପାଦକ୍ଷ ବିଶ୍ୱନାଥ ଶବର ଓ କଦମା ସରପଞ୍ଚ ରାମ ମୁତୁରାଙ୍ଗା ଙ୍କ ସହିତ କିଛି ପ୍ରତନିଧି ଏ ପି ଡି ଙ୍କୁ ମିଶି ବିଡ଼ିଓ ଙ୍କ ସପକ୍ଷରେ ଦାବୀ ଦେଇଥିଲେ l ଏଥିରୁ ସ୍ପଷ୍ଟ ବାରିହେଉଛି ଯେ ବିଡ଼ିଓ ଙ୍କୁ ଗୁଡାରି ବିଜେଡି ଫାଟ ସୃଷ୍ଟି ହୋଇଛି ଓ ଆଗାମୀ ସାଧାରଣ ନିର୍ବାଚନ ରେ ଏହାର ପ୍ରଭାବ ନିଶ୍ଚିତ ପଡିବ ବୋଲି ଜନସାଧାରଣ ଙ୍କ ସହିତ ବିଭିନ୍ନ ଦଳ ର କର୍ମୀ ମାନେ ଆଲୋଚନା କରୁଥିବା ର ଦେଖିବାକୁ ମିଳିଛି l. ଜ଼ିଲ୍ଲା ପ୍ରସାଶନ ଆମର ଦାବୀ କୁ ଗୁରୁତ୍ୱ ଦେଇ ଓଡିଶା ସରକାର ଙ୍କ ଠାରେ ଉପସ୍ଥାପନା କରଣ୍ଟୁ ବୋଲି ଜ଼ିଲ୍ଲା ପରିଷଦ ସଭ୍ୟ ପତି କହିଛନ୍ତି l ସରକାର ଯଦି ତୁରନ୍ତ ପଦକ୍ଷେପ ଣ ନିଅନ୍ତି ତାହାହେଲେ ଆନ୍ଦୋଳନ ତୀବ୍ର ତର ହେବ ଓ ବ୍ଲକ ମୁଖ୍ୟ ଫାଟକ ରେ ତାଲା ମାରିବୁ କହିଛନ୍ତି ବ୍ଲକ ଅଧକ୍ଷା l