ଢେଙ୍କାନାଳ,.୦୧/୦୩(ଶୁଭମ ପାଣି):ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଅମଲାପଡା ସ୍ଥିତ ରାଜସ୍ବ ଡାକବଙ୍ଗଳା ସଂଲଗ୍ନ ସ୍ଥାନରେ ଓଡ଼ିଶାର ସୁନାମଧନ୍ୟ ପ୍ରଶାସକ, ଶିକ୍ଷାବିତ, ସଂସ୍କୃତି ବିଶାରଦ ତଥା ଢେଙ୍କାନାଳର ବରପୁତ୍ର ଶ୍ରୀ ବିମଳ କିଶୋର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି l ଏହାସହିତ ଅମଲାପଡାର ମିଶ୍ର ଲେନ କୁ ବିମଳ ମିଶ୍ର ଲେନ ଭାବେ ନୂତନ ନାମକରଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଶ୍ରୀ ବିମଳ ମିଶ୍ରଙ୍କ ସୁପୁତ୍ର ଶ୍ରୀ ସଚ୍ଚିକାନ୍ତ ମିଶ୍ର, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର, ପଦ୍ମଶ୍ରୀ ଶ୍ରୀ ଆନ୍ତର୍ଜାମୀ ମିଶ୍ର ଓ ସହରର ଅନେକ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗଦେଇଥିଲେ l