ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ କରିଛନ୍ତି ବିଜେପି ନେତା ତଥା ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।
ଅନ୍ୟପଟେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ।ବିନାଭକ୍ତରେ ରଥଯାତ୍ରା ପାଇଁ ଆବେଦନ ଲାଗି ଅନୁରୋଧ କରିଛନ୍ତି । ଏନେଇ ସୁପ୍ରିମକୋର୍ଟଙ୍କ ପାଖରେ ରାଜ୍ୟ ସରକାର ତଥ୍ୟ ରଖନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପୁରୀ ବିଧାୟକ ।