ରାୟଗଡା(ଅମୁଲ୍ୟ ନିଶଙ୍କ):ଓଡିଶା ର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ରାୟଗଡା ଜ଼ିଲ୍ଲା ର ମୁନିଗୁଡା, ବିସଷମକଟକ ଓ ଚାନ୍ଦିଲି ଗ୍ରାମପଞ୍ଚାୟତ କୁ ବିଜ୍ଞାପିତ ଆଞ୍ଚଳ ପରିଷଦ ଘୋଷଣା କରିଥିବା ରୁ ରାୟଗଡା ଜ଼ିଲ୍ଲା ବିଜୁ କର୍ମୀ କାର୍ଯ୍ୟାଳୟ ଜେକେପୁର ବିଜେଡି, କୋଳନରା ବ୍ଲକ ବିଜେଡି ପକ୍ଷରୁ ଏକ ବିରାଟ ରାଲି ଜେକେପୁର ର ଦୁର୍ଗା ମନ୍ଦିର ରୁ ବାହାରି ଯେକେପୁର ମୁଖ୍ୟ ବଜ଼ାର ଦେଇ ପଂଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା ଲ ସେହିଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି କୃତଜ୍ଞତା ସଭାରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବିଜେଡି ପୁରୁଖା ନେତା ୟାଲା କୋଣ୍ଡା ବାବୁ, ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ରାୟଗଡା ର ବରିଷ୍ଠ ଆଇନଜୀବୀ ବିରଜା ପାତ୍ର , ଆମ ଓଡିଶା ନବୀନ ଓଡିଶା ସଂଯୋଜକ ପି ଗୌରୀ ଶଙ୍କର ରାଓ, ରାୟଗଡା ଲ୍ୟାମ୍ପ ସଭାପତି ଚକ୍ର ଧର ବିଡ଼ିକା, ଚାନ୍ଦିଲି ସରପଞ୍ଚ ପେଦିନ୍ତି ରାମୁଲୁ ଙ୍କ ସମତେ ବହୁ କର୍ମୀ ନେତା ଜନସାଧାରଣ ଏହି ରାଲି ଓ ସଭା ରେ ଯୋଗ ଦାନ କରିଥିଲେ l ଚାନ୍ଦିଲି ପଂଚାୟତ ଗଠନ ପୂର୍ବରୁ ଏହା କୋମଟାଲ ପେଟା ପଂଚାୟତ ଅଧୀନରେ ରହିଥିଲା ପରବର୍ତ୍ତୀ ମୁହୂର୍ତ୍ତ ରେ ଚାନ୍ଦିଲି କୁ ଏକ ପଂଚାୟତ ସରକାର ଘୋଷଣା କରିଥିଲେ ଏହାର ପ୍ରଥମ ସରପଞ୍ଚ ହୋଇଥିଲେ ପେଦିନ୍ତି ରାମୁଲୁ ଓ ଆଜିର ଚାନ୍ଦିଲି କୁ ଏନ ଏ ସି ମାନ୍ୟତା ଘୋଷଣା ବେକେ ଶେଷ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଉଛବତୀ ପେଦିନ୍ତି ରାମୁଲୁ l ରାମୁଲୁ ନିଜ କାର୍ଯ୍ୟକାଳ ମଧ୍ୟରେ ଚାନ୍ଦିଲି କୁ ଏନ ଏ ସି ପାଇଁ ଦାବୀ କରିଆସୁଥିଲେ ଏଥି ପାଇଁ ତାଙ୍କୁ ସ୍ଥାନୀୟ ଜନସାଧାରଣ ନେତା କର୍ମୀ ସହଯୋଗ କରିଆସୁଥିଲେ ଳ ସ୍ବର୍ଗତ ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ଏହି ଅଞ୍ଚଳ ର ବିକାଶ କରିଛନ୍ତି ତାହା ଉପସ୍ଥିତ ଅତିଥି ମାନେ ବର୍ଣ୍ଣନା କରିଥିଲେ l ନବୀନ ଆମକୁ ସବୁ କିଛି ଦେଇଛନ୍ତି ତେଣୁ ତାଙ୍କ ହାତ ମୁଠା କୁ ଟାଣ ନିମନ୍ତେ ଆମେ ସମସ୍ତେ ଏକ ହେବା ନିମନ୍ତେ କୋଣ୍ଡା ବାବୁ କହିଥିଲେ l ଏକ କେକ କାଟି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହିତ ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରାକା ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ଙ୍କ ଅକ୍ଲାନ୍ତ ଉଦ୍ୟମ ଓ ଚେଷ୍ଟା ପାଇଁ ଆଜି ରାୟଗଡା ଜ଼ିଲ୍ଲା ର ମୁନିଗୁଡା, ବିଷମକଟକ ଓ ଚାନ୍ଦିଲି କୁ ଏନ ଏ ସି ଘୋଷଣା ହୋଇପାରିଛି ସେଥିପାଇଁ ତାଙ୍କରି ଅବଦାନ ବହୁତ କହିବା ଉଭୟ ଙ୍କୁ ମଧ୍ୟ୍ୟ ଚାନ୍ଦିଲି ବାସି କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଛାତ୍ର ଜନତା ଉପସଭାପତି ବିନାୟକ ପୋଲାଈ, ଜ଼ିଲ୍ଲା ୟୁବ ବିଜେଡି ସମ୍ପାଦକ କେଶ୍ରୀନିବାସ, ମଣି ରତ୍ନମ,, ଯବ ନେତା ବସନ୍ତ ଭାଇ ମଧୁସୂଦନ କରକାରିଆ ପରିଚାଳନା କରିଥିଲେ l