ନିର୍ବାଚିତ ଜନପ୍ରତିନିଧି ଙ୍କୁ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ଅଣଦେଖା ଅଭିଯୋଗ

ରାୟଗଡା,( ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜ଼ିଲ୍ଲା ର ଗୁଡାରି ଗୋଷ୍ଠି ଉନୟନ ଅଧିକାରୀ ନିର୍ବାଚିତ ଜନପ୍ରତିନଧି ଙ୍କୁ ଅଣଦେଖା କରୁଥିବା ର ଅଭିଯୋଗ ହୋଇଥିଲା ଏପରିକି ଦୁର୍ବ୍ୟବହାର କରିବାକୁ ବିଡ଼ିଓ ପଛାଉନାହାନ୍ତି ବୋଲି ବ୍ଲକ ର ଜନପ୍ରତିନିଧି ମାନେ ଅଭିଯୋଗ ଆଣିଥିଲି l ଏହି ବିଷୟରେ ବ୍ଲକଅଧକ୍ଷା ଲକ୍ଷ୍ମୀ ଶବର ଗତ ଜାନୁଆରୀ ମାସ 11 ତାରିଖ ରେ ତତ୍କାଳୀନ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ l ବିଡ଼ିଓ କୌଣସି ସରକାରୀ କିମ୍ବା ଉନୟନ କାମରେ ଲୋକପ୍ରତିନିଧିଙ୍କୁ ନପଚାରି ଅଣଦେଖା କରି ନିଜେ ସବୁ କାମରୁଥିବା ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର ଅଭିଯୋଗ କରିଛନ୍ତି l ଚଳିତ ମାସ 16 ତାରିଖ ରେ ଘଟଣା ର ତଦନ୍ତ ପାଇଁ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀ ଘଟଣା ର ତଦନ୍ତ କରିବା ପାଇଁ ଯିବେ ବୋଲି ଜ଼ିଲ୍ଲା ପରିଷଦ ଅତିରିକ୍ତ କାର୍ୟନିର୍ବାହୀ ଅଧିକାରୀ ଆଡମିନଷ୍ଟ୍ରେସନ ଙ୍କ ଚିଠି ସଂଖ୍ୟା 1329 ତାରିଖ13/02/2024 ରେ ବ୍ଲକ ଅଧକ୍ଷା ଙ୍କୁ ଜଣାଇଥିଲେ l ଘଟଣା ର ତଦନ୍ତ ପାଇଁ ସିଡ଼ିଓ ଆସିବେ ବୋଲି ବିଡ଼ିଓ, ବ୍ଲକ ଅଧକ୍ଷା, ଲୋକ ପ୍ରତିନିଧି ଙ୍କୁ ଉପସ୍ଥିତ ରହିବା ନିମନ୍ତେ କୁହାଯାଇଥିଲା l ସେଥିପାଇଁ ଜନପ୍ରତିନିଧି, ଜନସାଧାରଣ ଓ ବହୁ ସମାଜସେବୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହୁଥିଲେ l ଏମିତିକି ଦିନତମାମ ବ୍ଲକ ଅଧକ୍ଷା ମଧ୍ୟ୍ୟ ଉପସ୍ଥିତ ରହିଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ସିଡିଓ ଘଟଣା ର ତଦନ୍ତ ପାଇଁ ଆସିନଥିଲେ l କୌଣସି ଚାପ ର ବସବର୍ତ୍ତୀ ହୋଇ ଘଟଣା ର ତଦନ୍ତ ପାଇଁ ସିଡିଓ ଆସିଲେ ନାହିଁ ବୋଲି ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଛନ୍ତି l ସାଶକ ଦଳ ର ନେତା ଙ୍କ ଚାପ ପୋଡିବା ରୁ ସିଡିଓ ଆସିଲେ ନାହିଁ କିନ୍ତୁ ଆଗାମୀ ଦିନରେ ଏହି ଘଟଣା ର ସମାଧାନ ନ କରିଲେ ବ୍ଲକ କାର୍ଯ୍ୟାଳୟ ରର ତାଲା ମାରିବା ସହ ବ୍ଲକ କାର୍ୟଳୟ କୁ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି l