ରାୟଗଡା,୧୩/୦୨(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ର ଦୁର୍ଗମ ଅଞ୍ଚଳ ଭୋଇମାଡା ଓ କାଟିକଣା ଉଭୟ ପଂଚାୟତ ଠାରେ ଜନସାଧାରଣ ଙ୍କୁ ସଚେତନ କରାଇବା ନିମନ୍ତେ ଏକ ସଚେତନତା ଶିବିର ବ୍ଲକ ପ୍ରଶାସନ ଓ ପଂଚାୟତ ପ୍ରଶାସନ ଆନୁକୂଲ୍ୟରେ ଉଭୟ ପଂଚାୟତ ର ସଦର ମୋହକୁମା ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କୁ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା,କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ଆମ ଓଡିଶା ନବୀନ ଓଡିଶା ର ଜ଼ିଲ୍ଲା ସଂଯଯୋଜ ପି ଗୌରୀ ଶଙ୍କର ରାଓ, ବ୍ଲକ ଗୋଷ୍ଠି ଉନୟନ ଅଧିକାରିଣୀ ରୀନା ପ୍ରଧାନ, ବଡ଼ଖିଲାପଦର ସରପଞ୍ଚ ମାଦାରାଓ କଣ୍ଡଗୋରି, ରେଖା ପଦର ସରପଞ୍ଚ ଗୋପାଳ ପିରିବାକା, ଏହି ଅଞ୍ଚଳ ର ବରିଷ୍ଠ ସମାଜସେବୀ ତଥା ବିଜେଡି ର ବରିଷ୍ଠ ଟାଣୁଆ ନେତା ଚନ୍ଦ୍ରଶେଖର ନାଇଡ଼ୁ ବୁଡୁଭାଇ ଯୋଗଦେଇ ମଂଚାସୀନ ହୋଇ ପଂଚାୟତ ସ୍ତରରେ ସରକାର ଙ୍କ ଯେଉଁ ପ୍ରଗତି ମୂଳକ କାମହୋଇଛି ତାହାର ପୁସ୍ତିକା କୁ ଉନ୍ମୋଚନ କରିଥିଲେ l ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଭୋଇମାଡା ପଂଚାୟତ ପାଇଁ 10ଗୋଟି ପ୍ରକଳ୍ପ ପାଇଁ 50 ଲକ୍ଷ ଟଙ୍କା ଓ କାଟିକଣା ପଂଚାୟତ ପାଇଁ 9 ଗୋଟି ପ୍ରକଳ୍ପ ନିମନ୍ତେ 50 ଲକ୍ଷ ଟଙ୍କା ସରକାର ମଂଜୁର କରି ବିଭିନ୍ନ ଉନୟନ ମୂଳକ କାମ ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ଏଥି ସହିତ ମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଙ୍କୁ ଉନତି ନିମନ୍ତେ ସଦାସର୍ବଦା ଚେଷ୍ଟିତ l ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ ଦୀର୍ଘ 50 ବର୍ଷ ଧରି କଂଗ୍ରେସ କିପରି ସାଶନ କରୁଥିଲା ଓ ବର୍ତମାନ ବିଜେଡି ସରକାର ଗତ 25 ବର୍ଷ ଧରି ଜସନସାଧାରଣ ଙ୍କୁ ନିମନ୍ତେ କିପରି କରୁଛନ୍ତି ତାହା ବର୍ଣନା କରି ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ l କଂଗ୍ରେସ କିପରି ଲୋକଙ୍କୁ ଭୁଆଁ ବୁଲାଉଥିଲା ତାହା ନିଜ ବକ୍ତବ୍ୟ ରେ କହିଥିଲେ l ଆମ ଓଡିଶା ନବୀନଓଡିଶା ସଂଯୋକ ଗୌରୀ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ର ଉପକାରିତା ଓ ଲକ୍ଷ୍ମୀ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରିଥିଲେ l ବଡ଼ଖିଲାପଦର ସରପଞ୍ଚ ମାଦା ରାଓ କଣ୍ଡଗୋରି କୁଇ ଭାଷା ମାଧ୍ୟମରେ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ l ଜନସାଧାରଣ ଙ୍କ ମନରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭୋଇମାଡା ଠାରେ ସରପଞ୍ଚ ସମନାଥ ହେପୃକା ଓ କାଟିକଣା ଠାରେ ସରପଞ୍ଚ ବିଜୟ ମଣ୍ଡାଙ୍ଗୀ ପଂଚାୟତ ନିର୍ବାହୀ ଅଧିକାରୀ ଯୋଗେଶ ପେଦିନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉଭୟ ପଂଚାୟତ ରେ ଖେଦାପୋଡ଼ା ପିଇଓ ମଞ୍ଚ ପରିଚାଳନା କରିଥିଲେ l ବ୍ଲକ ର ପଂଚାୟତ ସାମ୍ପ୍ରସାରଣ ଅଧିକାରୀ ପ୍ରଶ୍ନ ପାଢ଼ୀ, ସମସ୍ତ ପିଇଓ ଜିଆରଏସ ଯୋଗଦେଇ ସହଯୋଗ କରିଥିଲେ l