ଗୋପବନ୍ଧୁ ବଜାର ଠାରେ ୧୧୪ତମ ଅଷ୍ଟପ୍ରହର ନାମଯଜ୍ଞର ଉଦ୍‌ଦ୍ଯାପନୀ

ଢେଙ୍କାନାଳ,୧୧/୨(ଶୁଭମ ପାଣି): ଢେଙ୍କାନାଳ ସହରସୁ ଗୋପବନ୍ଧୁ ବଜାର ଠାରେ ୧୧୪ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଅଛି । ଗତ ୯ ତାରିଖ କଳସ ଯାତ୍ରା, ଅବାସ ପୂଜା ଓ ୧୦ ତାରିଖରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ଅଦ୍ୟ ଏହି ନାମଯଜ୍ଞ ଉଦ୍‌ଯାପନୀ ଉତ୍ସବରେ ୧୫ ଦଳ ସଂକୀର୍ତନ ମଣ୍ଡଳୀ ଦ୍ୱାରା ବାଦୀ ସଂକୀର୍ତନ କରାଯାଇଥିଲା ଓ ନଗର ପରିକ୍ରମା ଏବଂ ଦଧୂହାଣ୍ଡି ଭଙ୍ଗା ଯାଇଥିଲା । ଏହି ଉତ୍ସବରେ ସଭାପତି ସରୋଜ କୁମାର ମଲ୍ଲିକ, ସଂପାଦକ ସଂଗ୍ରାମ ମଲ୍ଲିକ ଓ ଢାଙ୍କୁଣିଆ ସାହି ବାସୀନ୍ଦା ବୃନ୍ଦ ଉତ୍ସବକୁ ଆନନ୍ଦର ସହିତ ପାଳନ କରିଥିଲେ ।