ନେତାଜୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ।

ଗୁଣପୁର,(ସିଦ୍ଧାର୍ଥ ଦାସ): ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ଉଭୟ ମହାପୁରୁଷ ଙ୍କ ଜୟନ୍ତୀ ର ଶ୍ରୁତି ଚାରଣ ସହ ନେତାଜୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଛି । 1998 ରୁ ପ୍ରତିଷ୍ଠିତ ଏହି ଉଚ୍ଚ ବିଦ୍ୟାଳୟ କୁ ଗତ ବର୍ଷ 5t ରେ ସାମିଲ କରାଯାଇ ଏହାର ଉନ୍ନତି ରେ ନିଆଯାଇଥିବା ପଦକ୍ଷେପ ଓ ବିଦ୍ୟାଳୟ ର ଇତିହାସ ବୃତାନ୍ତୁ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଇନ୍ଦିରା ମହାପ।ତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଭ୍ରାଞ୍ଜଳୀ ପ୍ରଧାନ, ଲକ୍ଷ୍ମୀ ବେହେରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୁଣପୁର, ବିଜୟ କୁମାର ଗମାଙ୍ଗ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଓକିଲ ଓ ସମାଜ ସେବୀ ପ୍ରଦୀପ ଦାଶ ଉପସ୍ଥିତ ରହି ବିଭିନ୍ନ ପ୍ରେରଣ ଦାୟକ ଗପ କହି ପିଲାମାନେ କିଭଳି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବାର୍ଷିକ କ୍ରୀଡ଼ା ଉତ୍ସବ ର ସମସ୍ତ ପୁରସ୍କାର ବିତରଣ କରାଯିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥି ଙ୍କ ଉପସ୍ଥିତି ରେ ଆବାସିକ ଛାତ୍ର ମାନଙ୍କୁ ସୁଇଟର ଓ ଡ୍ରେସ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ର ସ୍ୱାଗତ ଭାଷଣ ଉମା ଶଙ୍କର ଦାଶ ଓ ଧନ୍ୟବାଦ ଅର୍ପଣ ଘ।ସିରାମ ରଥ କରିଥିଲେ । ପୁରସ୍କାର ବିତରଣ ମଧୁସୂଦନ ପଟନାୟକ କରିଥିବା ବେଳେ କିରାଣି ବିଶ୍ଵନାଥ ପାଢ଼ୀ, ଶିକ୍ଷକ ଘନଶ୍ୟାମ ବେହେରା, ଓ ଭବାନୀ ଶଙ୍କର ପ୍ରଧାନ , ଇଶ୍ମାଇଲ ଶବର, ଅଭୟ ଶବର, ରବୀନ୍ଦ୍ର ପ୍ରଧାନ, ପ୍ରକାଶ ରାଉତ, ସୁନିଟ ଶବର ସଦାଶିବ ପ୍ରଧାନ ପୁମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କୁ ଡ଼ ପ୍ରଶାନ୍ତ ହୋତା, ଦୁର୍ଗା ପ୍ରସାଦ କର, ବିନାୟକ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସାମନ୍ତରାୟ, ସାମ୍ବାଦିକ ରାଜେଶ ପାଢ଼ୀ, ସାମ୍ବାଦିକ ବି ସତୀଶ କୁମାର, ସାମ୍ବାଦିକ ଚିନ୍ମୟ ପାଣିଗ୍ରାହୀ ,ସମାଜ ସେବୀ ରାଜେଶ୍ୱରୀ ଦଳେଇଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।