ରାୟଗଡା,17/01- (ପ୍ରଫୁଲ କୁମାର ବେହେରା )- ପେନସନ ପାଈଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ହିତାଧିକାରୀ ଶକୁନ୍ତଳା ମହାନ୍ତି ଙ୍କୁ ପେନସନ ଦିଆ ନ ଯାଇ ଉପେକ୍ଷା କରାଯାଉ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ l ଆଜି ରାୟଗଡା ଏସବି ଆଇର ମୁଖ୍ୟ କାର୍ଯ୍ୟା ଳୟ ସମୁଖ ରେ ଵୃଦ୍ଧା ମହିଳା ଶକୁନ୍ତଳା ମହାନ୍ତି ଅନଶନ ସହ ଧାରଣା ରେ ବସିଛନ୍ତି ଯେତେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେ ଧାରଣା ରେ ବସି ରହିବେ ବୋଲି କହିଛନ୍ତି l ସୂଚନା ଯୋଗ୍ୟ ଯେ ରାୟଗଡା ବନ ବିଭଗ ରେ ଫରେଷ୍ଟ ଗାର୍ଡ ଭାବେ ସତ୍ୟ ବାଦୀ ମହାନ୍ତି କାମ କରୁଥିଲେ ଗାତ 2003 ରେ ତାଙ୍କ ମୃତ୍ୟୁ ହୋଇଥିଲା l ତାଙ୍କ ସ୍ତ୍ରୀ ଭାବେ ଶକୁନ୍ତଳା ଙ୍କୁ ପେନସନ ମିଳିବ କଥା lଏ ନେଇ ସେ ରାୟଗଡା ବନ ବିଭଗ କାର୍ଯ୍ୟା ଳୟ ଯାଇ ଜଣାଇଥିଲେ 2021 ମସିହାରେ ଏହା ପରେ ଶକୁନ୍ତଳା ଙ୍କର ସମସ୍ତ କାଗଜ ପତ୍ର କୁ ଏଜି ଅଫିସ କୁ ପଠା ଯାଇଥିଲା l ଏ ଜି କାର୍ଯ୍ୟା ଲୟ ଭୁବନେଶ୍ୱର ରୁ ସମସ୍ତ କାଗଜ ଏବଂ ଅର୍ଡର ହିତାଧିକାରୀ ଙ୍କୁ ପେନସନ ଦେବା ପାଈଁ କୁହାଯାଇଛି lରାୟଗଡା ଟ୍ରେଜେରି କାର୍ଯ୍ୟା ଲୟ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ କୁ ଭତା ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ ସୁଦ୍ଧା ଭାରତୀୟ ଷ୍ଟେଟ ବ୍ୟାଙ୍କ ଦୀର୍ଘ ମାସ ଧାରୀ ହିତାଧିକାରୀ ଙ୍କୁ ଭତା ପ୍ରଦାନ କରୁ ନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ପ୍ରଦାନ କରୁନାହିଁ ତେଣୁ ଶକୁନ୍ତଳା ଧାରଣା ବସିଛନ୍ତି l ନିଜର ବୋଲି ଘର ଦ୍ୱାର ନଥାଇ ନିଜର ଭଉଣୀ ଘରେ ପୁରୁଣା ରେଭିନୁ କଲୋନୀ ରେ ରହୁଥିବା ସେ କହିଛନ୍ତି ଭତା ଟଙ୍କା ନ ମିଳିବାରୁ ସେ ଚଲିବା କଷ୍ଟ କାର ହେଉଥିବା କହିଛନ୍ତି lହିତାଧିକାରୀ ଙ୍କ ପାଈଁ କେଶ ପରିଚାଳନା କରୁଛନ୍ତି ମଣି ପଟନାୟକ କହିଛନ୍ତି 2021 ରୁ କେଶ ଟୀ ନେଇଛି ଅସହାୟ ଵୃଦ୍ଧା ନିଜର ସ୍ୱାମୀ ଙ୍କର ପେନସନ ତାଙ୍କ ମୃତ୍ୟୁ ପରେ ସେ ପାଇ ପାରୁ ନାହାନ୍ତି ଏସ ବି ଆଇ ବ୍ୟାଙ୍କ କର୍ତ୍ତୃ ପକ୍ଷ ତାଙ୍କୁ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି କିଛି ମାସ ତଳେ ବ୍ୟାଙ୍କ କର୍ତ୍ତୃ ପକ୍ଷ ହିତାଧିକାରୀ ଙ୍କ ଭତା ଟଙ୍କା ଅଧିକ ଆସିଯାଇଛି ତେଣୁ ତାଙ୍କୁ ବାନ୍ଧିବାକୁ ପଡିବ କହି ପ୍ରାୟ 40 ହଜାର ଟଙ୍କା ବାନ୍ଧିବାକୁ କହିଥିବାରୁ ଧାର କରଜ କରି ବାନ୍ଧିଥିଲେ ଡିସେମ୍ବର ସୁଦ୍ଧା ପେନସନ ମିଳିବ କହିଥିଲେ ହେଲେ କିଛି ନ ମିଳିବାରୁ ଆଜି ସେ ଧାରଣା ଦେଇଛନ୍ତି ବୋଲି କହିଛନ୍ତି l ଏନେଇ ରାୟଗଡା ଏସବି ଆଇ ମୁଖ୍ୟ ଶାଖା ର ମୁଖ୍ୟ ପ୍ରବନ୍ଧକ ମୋନଜ କୁମାର ବେହେରା କହିଛନ୍ତି ହିତାଧିକାରୀ ଙ୍କୁ ପେନସନ ଦେବାର ବ୍ୟବସ୍ଥା କରିଥିଲୁ କିନ୍ତୁ ତାଙ୍କର କେହି ପୋଷ୍ୟ ପୁତ୍ର କୋର୍ଟ ଅର୍ଡର କରିଛନ୍ତି ତେଣୁ ଏହା ବିଳମ୍ବ ହେଉଛି