ଲୋକଙ୍କୁ ସଚେତନ କରାଇବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ

ଢେଙ୍କାନାଳ,୧୬/୦୧(ଶୁଭମ ପାଣି)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଇଭିଏମ ଓ ଭିଭିପ୍ୟାଟ ର ପ୍ରଶିକ୍ଷଣ ଓ ଏହାର ବ୍ୟବହାର ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକ ରେ ଯୋଗଦେଇ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାରେ 4 ଟି ଇଭିଏମ ଓ ଭିଭିପ୍ୟାଟ ପ୍ରଦର୍ଶନୀ କେନ୍ଦ୍ର ଆଜିଠାରୁ ଖୋଲାଯିବ l ଗୋଟେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ରେ ଓ ଅନ୍ୟ 3 ଟି ଯଥାକ୍ରମେ ହିନ୍ଦୋଳ, କାମାକ୍ଷାନଗର, ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ l ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଆଗାମୀ ସାଧାରଣ ନିର୍ବାଚନରେ ମାତଦାତା ମାନେ କିପରି ନିଜର ମତ ସଠିକ ଏବଂ ନିର୍ଭୁଲ ରୂପେ ବ୍ୟକ୍ତ କରିପାରିବେ ଓ ଏହାର ବ୍ୟବହାର କରିପାରିବେ l ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାପାଳ 9 ଟି ସଚେତନ ଭ୍ୟାନ ର ଶୁଭାରମ୍ଭ କରିଥିଲେ l 8 ଟି ବ୍ଲକରେ 8 ଟି ଓ ଢେଙ୍କାନାଳ ପୌରପାଳିକା ଅଂଚଳରେ 1ଟି l ଯେଉଁ ଭ୍ୟାନରେ ଇଭିଏମ ଓ ଭିଭିପ୍ୟାଟ ମେସିନ ରହିବ ତା ସହିତ ପ୍ରତି ଭ୍ୟାନରେ ଏକ 3 ଜଣିଆ ଡେମୋନଷ୍ଟ୍ରେଟର କମିଟି ଓ 1ଜଣ ପୋଲିସ ଅଧିକାରୀ ରହିବେ ଯାହାକି ପ୍ରତିଦିନ 3 ରୁ 4 ଟି ପୋଲିଙ୍ଗ ଷ୍ଟେସନକୁ ଯିବ ଏବଂ ସେଠାକାର ମାତଦାତାଙ୍କୁ ଏହାର ବ୍ୟବହାର ବିଷୟରେ ପ୍ରଶିକ୍ଷଣ ଦେବ lଏହାସହିତ ଜିଲ୍ଲାପାଳ କହିଥିଲେ ଯେ, କୌଣସି ବି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ l ତେଣୁ ସେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏ କ୍ଷେତ୍ରରେ ଦାୟିତ୍ୱ ନିର୍ବାହ କରିବାକୁ କହିଥିଲେ l ଏହି ବୈଠକରେ ଉପଜିଲ୍ଲାପାଳ ଢେଙ୍କାନାଳ ଶ୍ରୀ ସପନ କୁମାର ନନ୍ଦ,ଜିଲ୍ଲାପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାଜୀବ ବେହେରା, ରାଜନୈତିକ ଦଳର ପ୍ରତିନିଧି, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ l