ଢେଙ୍କାନାଳ ଜିଲ୍ଲାରେ ଆରବିଆଇ ପକ୍ଷରୁ ଆର୍ଥକ ସଚେତନ‌ତା ଉପରେ ୱାକଥନ୍

ଢେଙ୍କାନାଳ,୧୪/୧(ଶୁଭମ ପାଣି) : ଜନସାଧାରଣଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୪ ଜାନୁଆରୀ ୨୦୨୪ରେ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ ‘ୱାକାଥନ୍’ ଆୟୋଜିତ କରଯାଇଥିଲା । ଏହି ‘ୱାଥନ୍ ଢେଙ୍କାନାଳର ବାଜିଚୌକ ଛକ ଠାରୁ ଆରମ୍ଭ ହୋଇ ଗଣେଶ ଚଢ଼ାଉସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଶେଷ ହୋଇଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ଦ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଇତ୍ୟାଦି ରୁ ପ୍ରାୟ ୨୫୦ ଜଣ ଅଂଶଗ୍ରହଣ କରିଥିଲେ । ‘ୱାକାଥନ୍’ ପରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟର ବିଭିନ୍ନ ଅଧ୍ଵଜାରୀଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା, ସାଇବର ସିକ୍ୟୁରିଟି, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ବିଭିନ୍ନ ପ୍ରକାରର ଠକେଇ, ଚିରା ଓ ଫଟା ନୋଟ୍ ବିନିମୟ ସୁବିଧା, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ଆରବିଆଇର ଏକୀକୃତ ଲୋକପାଳ ଯୋଜନା ଇତ୍ୟାଦି ଉପରେ ଅଧୁବେଶନ ନିଆଯାଇଥିଲା । ଏହି କାର୍ଯକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଦେବୀ ପ୍ରସାଦ ପଣ୍ଡା, ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଦିଲ୍ଲୀପ କୁମାର ବିଶ୍ୱାଳ, ଉପ-ବିଭାଗୀୟ ପୋଲିସ ଅଧିକାରୀ ବିଭୂତି ଭୂଷଣ ମହାପାତ୍ର, ଅଗ୍ରଣୀ ଜିଲ୍ଲା ଅଧିକାରୀ ଦେବାଶିଷ କୁଣ୍ଡୁ, ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଓ ଆରବିଆଇର ଅନ୍ୟ ଅଧୁକାରୀମାନେ ଉପସ୍ଥିତଥିଲେ ।