ମା ଦକ୍ଷିଣକାଳି ବ୍ୟାଣ୍ଡପାର୍ଟି ମାଲିକ ସଂଘ’ ଢେଙ୍କାନାଳ ପକ୍ଷରୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଢେଙ୍କାନାଳ,୧୨/୦୧(ଶୁଭମ ପାଣି):- ମା ଦକ୍ଷିଣକାଳି ବ୍ୟାଣ୍ଡପାର୍ଟି ମାଲିକ ସଂଘ’ ଢେଙ୍କାନାଳ ପକ୍ଷରୁ ବ୍ୟାଣ୍ଡପାର୍ଟିମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତିବାଦରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଙ୍କୁ ଦାବିପାତ୍ର ପ୍ରଦାନ କରିଥିଲେ ।

୧.ବ୍ୟାଣ୍ଡପାର୍ଟି ରେଜିଷ୍ଟ୍ରେସନ୍ ୧ ବର୍ଷ ସ୍ଥଳେ ୫ ବର୍ଷ ପାଇଁ ପ୍ରଦାନ କରାଯାଉ ।
୨.ବ୍ୟାଣ୍ଡପାର୍ଟି ଲାଇସେନସ୍ ରେଜିଷ୍ଟ୍ରେସନ୍ ପାଇଁ କୌଣସି ମନି ରିଶିପ୍ଟି ନଦେଇ କେବଳ ରେଡ୍ କ୍ରସ ରସିଦ୍ ଦେଇ ଲାଇସେନ୍ସ ବାବଦକୁ ଆଦାୟ ନିଆଯାଉଥିବା ୩୦ ରୁ ୪୦ ଚାଳିଶ ହଜାର ଟଙ୍କା ଅନ୍ୟାୟ ପ୍ରଥା ବନ୍ଦ କରାଯାଉ । ସରକାରୀ ସ୍ତରରେ ଧାର୍ଯ୍ୟ ଦେୟ ଧାର୍ଯ୍ୟ କରାଯାଉ ।
ସେହିପରି ଲାଇସେନସ୍ ୧ ବର୍ଷ ସ୍ଥଳେ ୫ ବର୍ଷ ପାଇଁ ଦିଆଯାଉ ।
୩. ନବୀକରଣ ପାଇଁ ଲାଇସେନସ୍ ୫ ବର୍ଷ ପାଇଁ ସମୟ ସୀମା ଧାର୍ଯ୍ୟ ହେଉ ।
୪.ବ୍ୟାଣ୍ଡପାର୍ଟି ଯାଉଥିବାବେଳେ ଓ କାର୍ଯ୍ୟରତ ଥିବାବେଳେ ମାଲିକ ଓ ଷ୍ଟାଫ୍‌ଙ୍କ ପ୍ରତି ହେଉଥିବା ଆକ୍ରମଣ ପ୍ରତି ନଜର ଆନ୍ଦାଜ୍ ରଖି ବ୍ୟାଣ୍ଡ ପାର୍ଟି ସୁରକ୍ଷା ଆଇନ୍ ପ୍ରଣୟନ କରାଯାଉ ।
୫.ପ୍ରଶାସନଙ୍କ ତରଫରୁ ଆମ୍ଭେ ବ୍ୟାଣ୍ଡପାର୍ଟି ବାଲା କିଛି ସୁରକ୍ଷା ପାଉନାହାନ୍ତି ଏବଂ ବିନା କାରଣରେ ଦଣ୍ଡ ପାଉଛନ୍ତି। ଏହା ବନ୍ଦ କରାଯାଉ ।
ଦାବିପତ୍ର ପ୍ରତି ଅଣଦେଖା କଲେ ବା ଟାଳଟୁଳ ନୀତି ଅବଲମ୍ବନ କରାଗଲେ ବାଧ୍ୟ ହୋଇ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ କହିଛନ୍ତି । ଉକ୍ତ ଦାବି ପାତ୍ର ପ୍ରଦାନ ସମୟରେ ସଂଘର ସଦସ୍ୟ ମାନେ ସହଦେବ ନାଏକ , ଧର୍ମାନନ୍ଦ ନାଏକ, ରମେଶ ନାଏକ, ଉଧବ ନାଏକ, ଭୋଳେଶ୍ୱର ନାଏକ,ଉତ୍ତମ ନାଏକ,ହେମନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ