ଢେଙ୍କାନାଳ,୧୨/୧(ଶୁଭମ ପାଣି): ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମପଂଚାୟତର ୧୫ଗୋଟି ୱାର୍ଡକୁ ଅର୍ପଣ ରଥକୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରଥମଦିନ ଗୁରୁଜଙ୍ଗ ଗ୍ରାମର ଶନିମନ୍ଦିର ସମ୍ମୁଖରେ ଅର୍ପଣ ରଥକୁ ଝୋଟି, ଚିତା ଓ କଳସ ସହ ପୂଜା ଅର୍ଚ୍ଚନା କରାଯିବା ସହିତ ସରପଂଚ କୈଳାସ ଦେହୁରୀ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ନରୋତମ ସାହୁ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ସମିତିସଭ୍ୟା, ମହିଳା ମହାମଂଚର ଏମ୍ବିକେ, ସିଆର୍ପି, ପଂଚାୟତ ପିଇଓ, ଜିଆରଏସ, ଗୁରୁଜଙ୍ଗ ଗ୍ରାମର ୨ଟି ସଂକୀର୍ତନ ଦଳ ଓ ଗେଙ୍ଗୁଟିଆ ଗ୍ରାମର ୫ଟି ସଂକୀର୍ତନ ମଣ୍ଡଳୀ ଯୋଗଦେଇ ଦୁଇଦିନରେ ଘର ଘର ବୁଲି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଅଛି । ଏଥିରେ ଗ୍ରାମପଂଚାୟତର ଶତାଧିକ ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ । ପ୍ରଥମ ଦିନ ଗୁରୁଜଙ୍ଗ, କଳପାଳ, ହଳଦୀବାରୀ ଓ ରଣପଶି ଗ୍ରାମକୁ ରଥ ପରିକ୍ରମା କରିବା ସହ ଦ୍ବିତୀୟ ଦିନ ଗେଙ୍ଗୁଟିଆ ଗ୍ରାମର ୯ ଗୋଟି ୱାର୍ଡର ଗେଙ୍ଗୁଟିଆସୁ ତ୍ରିନାଥ ମନ୍ଦିର, ମଙ୍ଗଳା ମନ୍ଦିର, ସତ୍ୟନାରାୟଣ ମନ୍ଦିର, ଭଗବତ ଜୀଉ ମନ୍ଦିର ପ୍ରାଙ୍ଗଣରେ ଝୋଟି, ଚିତା ଓ ପୂର୍ଖ କଳସ ସହ ବନ୍ଦାପନା ଓ ପୂଜା ଅର୍ଚ୍ଚନା କରି ସାହିକୁ ସାହି କୈବର୍ତ ସାହି, ହରିଜନ ସାହି, ଶବର ସାହି, ମହାନ୍ତି ସାହି, କାରିଗର ସାହି, ଉପର ସାହି, ମଝି ସାହି, ନୂଆ ସାହି, ତଳସାହିକୁ ରଥ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମକୁ ଗେଙ୍ଗୁଟିଆ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ରମେଶ ରାଉତ, ପ୍ରଦୀପ କୁମାର ମଲ୍ଲିକ, ପ୍ରଦ୍ୟୁନ କୁମାର ମଲ୍ଲିକ, ମନୋଜ ମହାନ୍ତି, ଗୋପବନ୍ଧୁ ବେହେରା, ଅନିଲ୍ ସାହୁ, ରବି ସାହୁ, କ୍ଷେତ୍ରବାସୀ ବିଶ୍ଵାଳ, ନାଏବ ସରପଂଚ ସବିତା ମଲ୍ଲିକ ପରିଚାଳନା କରିଥିଲେ । ପରିଶେଷରେ ଆମ ପଂଚାୟତ ଆମ ବିକାଶର ଅଧ୍ଯକ୍ଷ ରଞ୍ଜନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ତତ୍ବାବଧାନରେ କାର୍ଯ୍ୟକ୍ରମ ସମାପନ ହୋଇଅଛି ।