ରାୟଗଡା,ବିଷମକଟକ(ଅମୁଲ୍ୟ ନିଶ) : ରାୟଗଡା ଜ଼ିଲ୍ଲା ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ସଦର ବିଷମକଟକ ଠାରେ ନେତାଜୀ ସୁବାସ ବୋଷ ଛକରୁ ମାରାଥନ ରାଲି, ସ୍ମଶାନ ରେ ବୃକ୍ଷ ରୋପଣ ଓ ସ୍ଵେଛା କୃତ ରକ୍ତଦାନ ସହ ଅତିଆଡମ୍ବର ସହକାରେ ବିଜୁ ଜନତାଦଳ 26 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ନିର୍ବାଚନ ମଣ୍ଡଳୀର କେସିଙ୍ଗପୁର ମୁନିଗୁଡା କୋଳନରା ଓ ବିଷମକଟକ ବ୍ଲକ ର ହଜାର ହଜାର କର୍ମୀ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରର ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଏହି ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନାୟକ, ଜ଼ିଲ୍ଲା ବିଜେଡି ଉପସଭାପତି ଶିବା ଦେଷ୍ଟି,, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ତଥା ଜ଼ିଲ୍ଲା ବିଜେଡି ଉପସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ, ବିଷମକଟକ ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ନାନୁ ପଣ୍ଡା, କେ ସି ସି ବ୍ୟାଙ୍କ ସଦସ୍ୟ ଜଗନ୍ନାଥ ନୁଁଦୃକା, ଧୀରେନ୍ଦ୍ର ପାଣିଗ୍ରାହୀ, ଚନ୍ଦ୍ରଶେଖର ନାଇଡ଼ୁ ବୁଡୁ ଭାଉ, ବଡ଼ ଖିଲାପୋଦର ସରପଞ୍ଚ ମାଦା ରାଓ କଣ୍ଡଗୋରି, ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା ଉପସ୍ଥିତ ରହି ବୃକ୍ଷ ରୋପଣ ସହିତ ରକ୍ତଦାନ କରିଥିଲେ l ଆଜିର ଏହି ରକ୍ତଦାନ ଶିବିର ରେ 72 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ରାଜ୍ୟ ବିଜୁ ଜନତା ଦଳ ର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ଵଚ୍ଚ ଶାଶନ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘ 26 ବର୍ଷ ଧରି ଜନସାଧାରଣ ସେବା କରିଆସୁଛନ୍ତି ଓ ଲୋକେମଧ୍ୟ ହୃଦୟର ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ଆପଣେଇଛନ୍ତି l ଆଗାମୀ ନିର୍ବାଚନ ରେ ବିଜେଡି ବିପୁଳ ସଂଖ୍ୟା ରେ ବିଜୟ ହେବା ସହିତ ନବୀନ ବାବୁ 6 ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ କହିଛନ୍ତି l ପୁଣି ଦାସ ଦୃଢତାର ସହ କହିଛନ୍ତି ଜେ ରାୟଗଡା ଜ଼ିଲ୍ଲା ର ଗୁଣୁପୁରୁ ଓ ବିଷମକଟକ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୁନିଶ୍ଚିତ ବିଜୟ ହାସଲ କରିବ ଓ ଗତ ଥର ରାୟଗଡା ନିର୍ବାଚନ ମଣ୍ଡଳୀ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଥିଲେ କିନ୍ତୁ 2024 ନିର୍ବାଚନ ରେ ରାୟଗଡା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଜର ବିଜୟ ପତାକା ଉଡ଼ାଇବ ସହିତ କୋରାପୁଟ ଲୋକସଭା ସାଂସଦ ମଧ୍ୟ୍ୟ ବିଜେଡି ର ପ୍ରାର୍ଥୀ ସୁନିଶ୍ଚିତ ବିଜୟ ହେବ ବୋଲି କହିଥିଲେ l