ଏସ ଏସ ଦି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ବିକାଶ କାର୍ଯ୍ୟକ୍ରମ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

ରାୟଗଡା,(ଅମୁଲ୍ୟ ନିଶ): କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ବିଭାଗରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ଭାରପ୍ରାପ୍ତ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ମାଝୀଙ୍କ ଆବାହନ ଓ ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ଘଡେଇ ସଭାପତିତ୍ବରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ମଣ୍ଡଳାଧିଶ ଶ୍ୟାମଘନ ଭୂୟାଁ ମୁଖ୍ୟ ବକ୍ତା ଏବଂ କୋଲନରା ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା, ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁ, କୈଳାସପୁର ସରପଞ୍ଚ ହେମାବତି କଣ୍ଡାଗରୀ, ମୁକୁନ୍ଦପୁର ସରପଞ୍ଚ ସନ୍ତୋଷିନୀ ହୁଇକା, ବ୍ଲକ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଏଙ୍କେଟି ହୁଇକା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମାଞ୍ଜୁଲ ମାଣ୍ଡାଙ୍ଗି, ପୂର୍ବତନ ଜିଲ୍ଲା ଶିକ୍ଷା ନିରୀକ୍ଷକ କୋରାପୁଟ ବିପିନ ବିହାରୀ ବିଶ୍ବାଳ, ବଡ ଖିଲାପଦର ସରପଞ୍ଚ ମାଦାରାଓ କଣ୍ଡାଗରି ଓ ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥିଭାବେ ଚନ୍ଦ୍ରଶେଖର ନାଇଡ଼ୁ ବୁଡୁ ଭାଇ ଙ୍କ ସମତେ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ l| କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପରିଚୟ ସହ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା | ପରେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକକ ନୃତ୍ୟ, ଗ୍ରୁପ ଡ୍ୟାନ୍ସ, ବକୃତା ପ୍ରତିଯୋଗୀତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ମେହେନ୍ଦି ଡିଜାଇନ୍, ଗୀତ ଆଦି ପ୍ରତିଯୋଗିତା କରାଯାଇଥିଲା | ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା | ଏହିଭଳି କାର୍ଯ୍ୟକ୍ରମ ଦ୍ବାରା ପିଲାଙ୍କ ଶିକ୍ଷାର ବିକାଶ ସହ କ୍ରୀଡାର ବିକାଶ ହେବା ସହ ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ମୁଖ୍ୟ ଅତିଥି ଶ୍ରୀ ସାରକା ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଗୌରାଙ୍ଗ ପ୍ରାସାଦ ପାଣିଗ୍ରାହୀ ଓ ସନ୍ତୋଷ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମରେ କ୍ରୀଡା ନୋଡାଲ ଅଫିସର ଭାବେ ସୌଦାମିନୀ ପଣ୍ଡା, ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ଗୌରାଙ୍ଗ ପ୍ରସାଦ ପାଣିଗ୍ରାହୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଦାୟିତ୍ଵ ନିର୍ବାହନ କରିଥିଲେ | ଶେଷରେ ଅଧ୍ୟାପିକା ସସ୍ମିତା ନାୟକ ଓ ମାନସୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ବିଜ୍ଞାନଗାର ସହାୟକ କୃଷ୍ଣ କୁମାର ତ୍ରିପାଠୀ, ଅଧ୍ୟାପକ କାମେଶ୍ଵର୍ ରାଓ, ପ୍ରିୟବ୍ରତ ବେହେରା, ପୁନ୍ୟସ୍ଲୋକ ସାହୁ, ରାଜେଶ୍ୱର୍ ତ୍ରିପାଠୀ, ରଶ୍ମିତା ଦାସଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ | ଶେଷରେ ମଞ୍ଚାସିନ ଅତିଥିଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା | ସେହିପରି ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିଶିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା ଯୋଗ ଦେଇଥିଲେ ପିଲାଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ |