ମିଶନଶକ୍ତି ଉପଦେଷ୍ଟାଙ୍କ ରାମନାଗୁଡା ବ୍ଲକ ଗସ୍ତ ,ଏମ୍ବିକେ ସିଆରପି ମାନଙ୍କ ସହ ଆଲୋଚନା

ରାୟଗଡା, (ଅମୁଲ୍ୟ ନିଶ):ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପରିଦର୍ଶନରେ ଆସି ମିଶନ ଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା କରାଯାଉଥିବା ଅନେକ ଗୁଡିଏ ପ୍ରକଳ୍ପ ବୁଲି ଦେଖିଛନ୍ତି ରାଜ୍ୟ ମିଶନଶକ୍ତି ବିଭାଗ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର।ସେ ପ୍ରଥମେ ରାମନାଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ଏମ୍ବିକେ, ସିଆରପି ମାନଙ୍କ ଦ୍ୱାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସଦଭାବନା ଗୃହ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ସମ୍ପର୍କରେ ମିଶନଶକ୍ତି ସମ୍ବନ୍ଧରେ କିପରି ରାଜ୍ୟର କୋଣ ଅନୁକୋଣରେ ଥିବା ମହିଳା ମାନଙ୍କ ବିକାଶ କରାଯାଇ ପାରିବ ସେମାନେ କେଉଁ ପରି ଭାବେ ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ନିଜେ ସ୍ୱାବଲମ୍ବୀ ହୋଇ ଆତ୍ମ ନିର୍ଭର ଶୀଳ ହୋଇ ମିଶନ ଶକ୍ତି ବିଭାଗ ସହାୟତା ଯୋଗାଇ ଦିଆ ଯାଉଥିବା ,ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଋଣ ଗ୍ରହଣ କରି ବିନା ସୁଧରେ ପରିଶୋଧ କରିବା ,ଲୋକ ମାନେ ବ୍ୟବହାର କରୁଥିବା ଖାଇବା ସାମଗ୍ରୀ ଓ ପରିଧାନ କରୁଥିବା ପୋଷାକ ଏବଂ ସ୍କୁଟି ଯୋଜନା ଆଦି ସହ ମହିଳା ମାନଙ୍କ ପାଇଁ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ପ୍ରକାର ସହାୟତା ବିଷୟରେ ଆଲୋଚନା କରିବା ସହ ସିଆରପି, ଏମବିକେ ମାନଙ୍କୁ ରାଜ୍ୟସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ସେହିପରି ଭବିଷ୍ୟତ ରେ ଅଞ୍ଚଳର ମହିଳା ମାନଙ୍କୁ କିପରି ସ୍ୱାବଲମ୍ବୀ କରାଯିବ କେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ କରିବେ ସେହି ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପାଲୁପାଇ ଠାରେ ମିଶନଶକ୍ତି ଦ୍ବାରା ଷ୍ଟ୍ରବେରୀ ଚାଷ ଦେଖି ସାରିବା ପରେ କରଡ଼ା ଠାରେ ପ୍ରସ୍ତୁତ ହେଉଥିବା ମିଶନଶକ୍ତି ମା ମାନଙ୍କ ଦ୍ବାରା ତେନ୍ତୁଳି କେକ୍ ,ଝାଡ଼ୁ,ପ୍ରସ୍ତୁତି ଦେଖିଥିଲେ ଏବଂ ଅଧିକ ରୁ ଅଧିକ ପ୍ରସ୍ତୁତ କରି ସେହି କାର୍ଯ୍ୟ କୁ ଉନ୍ନତି କରିବା ପାଇଁ କରଡ଼ା ର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଶ୍ରୀମତୀ ବକ୍ସିପାତ୍ର ଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ପରିଷଦ ନରେନ୍ଦ୍ର ନାୟକ, ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ , ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ, ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ ,ଓଡ଼ିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ଯସ୍ମିନ। ମୁଟ୍ଟିକା ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବିପିଏମ ଯସ୍ମୀନ ମୁଟିକା ପରିଚାଳନା କରିଥିବା ବେଳେ ସମସ୍ତ ଜିପିଏଲଏଫ ସଭାନେତ୍ରୀ, ସମ୍ପାଦିକା,ଏମ୍ବିକେ, ସିଆରପି ପରିଚାଳନା ରେ ସହଯୋଗ କରିଥିଲେ ।