ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କ ଉଲୁଣ୍ଡା ବ୍ଲକ ପରିଦର୍ଶନ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ତଥା ମାନ୍ୟବର ଅଧ୍ୟକ୍ଷ ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ପରିଦର୍ଶନରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର, ଉପାଧ୍ୟକ୍ଷ ସବଜିବ କୁମାର ଦେହୁରୀ , ଉଲୁଣ୍ଡା ଗୋଷ୍ଠୀ ଉନୟନ ଅଧିକାରିଣୀ କରିସ୍ମା ବେସ୍ରାଙ୍କ ସମେତ ବ୍ଲକ ପ୍ରଶାସନ, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ/ସଭ୍ୟା, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଓ ସ୍ଥାନୀୟ ସମାଜସେବୀ ବୃନ୍ଦ ସୁବର୍ଣ୍ଣପୁର ମହାନଦୀ ସେତୁଠାରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଙ୍କୁ ଉଲୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନକୁ ପାଛୋଟି ନେଇଥିଲେ l ଶ୍ରୀଯୁକ୍ତ ତ୍ରିପାଠୀ ସର୍ବପ୍ରଥମେ ଦଶରାଜପୁର ମୁଖ୍ୟମନ୍ତ୍ରୀ ସଭାଗୃହର ଶିଳାନ୍ୟାସ କରିବା ସହିତ ଉଲୁଣ୍ଡା ବ୍ଲକର ଐତିହାସିକ ସ୍ଥାନ ଭୀମ୍ ଟାଙ୍ଗର ଏବଂ ମହଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିକୁଡା ଗ୍ରାମର ତ୍ରିକୂଟସ୍ଥଳ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ମୁଖ୍ୟ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ ଯୋଜନା ଅଧିକାରୀ ଶ୍ରୀଯୁକ୍ତ ମେହେର, ଜିଲ୍ଲା ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଭୋଇଙ୍କ ସମେତ ଜିଲ୍ଲାର ପ୍ରମୁଖ ଅଧିକାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l