କଳାହାଣ୍ଡି,(ମଳୟ କୁମାର ସାହୁ):- କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପ୍ରଭାଗ ଅନୁକୁଲ୍ୟରେ ଏକ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ସହର ମଧ୍ୟରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଦୁର୍ନୀତି ମୁଳୋତ୍ପାଟନ ନିମନ୍ତେ ଏକ ଶପଥ ପାଠ କରାଇବା ସହିତ ଉକ୍ତ ଶୋଭାଯାତ୍ରାକୁ ଆନୁଷଙ୍ଗିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମକୁ ଏନ. ଏସ. ଏସ ବ୍ୟୁରୋର ଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିବା ବେଳେ ଅନ୍ୟତମ ଅତିଥି ମେଜେର ଡ. ଜୟଦେବ ସାହୁ, ଜୟନ୍ତ ଦଣ୍ଡସେନା, ମିସ ରୋଜମେରି ରଶ୍ମିତା ଏକା ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇ ସହର ପରିକ୍ରମା କରିବା ସହିତ ଦୁର୍ନୀତି ନିବାରଣ ପାଇଁ ସଚେତନାମୂଳକ ବାର୍ତା ଲୋକମାନଙ୍କ ପାଖରେ ପହଞ୍ଚାଇ ଥିଲେ । ଏହି ଶୋଭାଯାତ୍ରାକୁ ଏନ. ଏସ. ଏସ ର ସ୍ବେଛାସେବୀ ଦୀପକ କୁମାର ବେହେରା, ପ୍ରତ୍ୟୁଷ ବଣୁଆ, ଅଭିଶେଖ ନନ୍ଦ, ଯୁବେଦା ଖାତୁନ, ନିତିନ ନାଗ, ଚନ୍ଦନ ବିଶ୍ୱାଳ, ଚୌଧୁରାଣୀ ମାଝୀ, ଲିପ୍ସା ପଣ୍ଡା ପ୍ରମୁଖ ଅଗ୍ରଣୀ ଭୂମିକା ଲିଭାଇଥିଲେ ।