ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର,୦୧/୧୦(ଶ୍ରୀକାନ୍ତ କୁମାର ବେହେରା): ନିଃସ୍ୱାର୍ଥପର ଭାବେ ଦୀର୍ଘ ୪୭ ବର୍ଷ ଧରି, ବିନା ସରକାରୀ ଅନୁଦାନ ରେ ସ୍ୱାସ୍ଥ୍ୟ ସେବା, ବୃକ୍ଷ ରୋପଣ, ପୂଜ୍ୟ ପୂଜା, ଜନ ଜାଗରଣ, ଶିକ୍ଷା, ସାହିତ୍ୟ ପ୍ରଭୁତି କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ର ୪୭ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଏସ ଏନ ଟି ରୋଡ ସ୍ଥିତ କେଶୁମୟା କେଫ ଠାରେ ସଭାପତି ଡ ଶଙ୍କର୍ଷଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ବ୍ରହ୍ମପୁର ସହରରେ ଦୀର୍ଘ 47 ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ସମାଜ କଲ୍ୟାଣ, ପୂଜ୍ୟ ପୂଜା, ବୃକ୍ଷ ରୋପଣ, ଜନ ଜାଗରଣ, ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ସମାଜସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିପାରିଛନ୍ତି ଏଥି ନିମନ୍ତେ ଏହାର ପ୍ରତିଷ୍ଠା ସଭାପତି ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଦାଶ ଓ ସମସ୍ତ ସଦସ୍ୟ ସଦସ୍ୟା ମାନେ ପ୍ରସଂଶାର ପାତ୍ର ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମାଜ ସେବିକା ଶ୍ରୀମତୀ ସରିତା ପଣ୍ଡା ଯୋଗଦେଇ ସ୍ୱାସ୍ଥ୍ୟର ଯତ୍ନ ମ ଓ ମାଟି ପାତ୍ର ର ଉପକାରିତା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କୈଳାସ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିବା ବେଳେ ଉପସଭାପତି ଶ୍ରୀ ମହେନ୍ଦ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ସାଧାରଣ ସମ୍ପାଦକ ସମାଜସେବୀ ମହମ୍ମଦ ଅସ୍ଲାଲମ୍ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ କ୍ରମରେ ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ନୀଳକଣ୍ଠ ସାହୁ, ଡ ଅତୁଲ୍ୟ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ପାର୍ବତୀ ପ୍ରସାଦ ପାଢ଼ୀ, କୋଷାଧ୍ୟକ୍ଷ ଶ୍ରୀ ସୁନୀଲ କୁମାର ସାହୁ, ଇ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଏ ସନ୍ତୋଷ ରାଓ, ସୁଶ୍ରୀ ନିହାରିକା ସାହୁ, ଲାଲ ବାହାଦୁର ପଟ୍ଟନାୟକ, ମନୋଜ ସାହୁ ପ୍ରମୁଖ କେନ୍ଦ୍ରର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବାସହ ଭବିଷ୍ୟତ ଉଜଲ୍ କାମନା କରିଥିଲେ।ଡ ପ୍ରକାଶ ପାଣିଗ୍ରାହୀ ଓ ଶ୍ରୀ ନୀଳକଣ୍ଠ ସାହୁ ଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ସେଶରେ ଶ୍ରୀ ହରମୋହନ ପାଣିଗ୍ରାହୀ ଧନ୍ୟବାଦ୍ ପ୍ରଦାନ କରିଥିଲେ।