ଆଦ୍ୟ ତା ୨୫.୧୦.୨୦୨୩- ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଏକ ସଭା ଶିକ୍ଷକ ସଂଘ ଭବନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ସଭାପତିତ୍ବ କରିଥିଲେ । ସଂଘ ସଂପାଦକ ବିଭୂତି ସାମଲ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ରାଜ୍ୟ ସଂଘର ଉପସଭାପତି ପ୍ରମୋଦ କୁମାର ସାଇଁ ରାଜ୍ୟ ସରକାର ଦାବୀ ସଂପର୍କରେ ସମାଧାନ କରିବା ପାଇଁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲାରେ ଅତିଥି ଶିକ୍ଷକ ନିଯୁକ୍ତି ଦେବା ପାଇଁ ଆଜକୁ ୩ମାସ ହେଲା ବିଭାଗୀୟ ଅଧିକାରୀମାନଙ୍କର ଅବହେଳା ନେଇ ଛାତ୍ରଛାତ୍ରୀମାନେ ପାଠପଢାରୁ ବଂଚିତ ହୋଇଥିବାରୁ କର୍ମକର୍ତାଗଣ କ୍ଷୋଭ ପ୍ରକାଶ କରିଥିଲେ । ଆସନ୍ତା ମାସର ୨ ତାରିଖ ଠାରୁ ଜିଲ୍ଲାରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ପ୍ରଶ୍ନପତ୍ର ଗୁଡିକ ସଂଘ କାର୍ଯ୍ୟାଳୟର ୩୧ ତାରିଖ କିମ୍ବା ନଭେମ୍ବର ୧ ତାରିଖରେ ସଂଗ୍ରହ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ଅନୁରୋଧ କରାଗଲା। ଉକ୍ତ ବୈଠକରେ ଗଁଦିଆ ବ୍ଲକ୍ର ନବନିର୍ବାଚିତ କର୍ମକର୍ତାମାନଙ୍କୁ ଜିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଇ.ଜି.ଆଇ.ଟି ହାଇସ୍କୁଲର ପ୍ରଧାନଶିକ୍ଷକ ସନତ କୁମାର ନାୟକ ଏହି ମାସରେ ଅବସର ନେଉଥିବାରୁ ତାଙ୍କୁ ସଂଘ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା । ଜିଲ୍ଲାର ସମସ୍ତ ବ୍ଲକ ର ସଂପାଦକ ଏବଂ ପ୍ରଧାନଶିକ୍ଷକ, ଶିକ୍ଷକ, କର୍ମଚାରୀମାନେ ସଭାରେ ଯୋଗଦାନ କରିଥିଲେ । ସର୍ବଶେଷରେ ଶଶୀକାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।