ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟା ଜ୍ଞାନ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କର୍ମଶାଳା ଅନୁଷ୍ଠିତ।

କଳାହାଣ୍ଡି:୨୧/୧୦(ମଳୟ କୁମାର ସାହୁ):-ଭବାନୀ ପାଟଣା ବ୍ଲକ୍ ଅନ୍ତର୍ଗତ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦ୍ୟାଳୟ ସମୂହ ର ଶିକ୍ଷକ – ଶିକ୍ଷୟିତ୍ରୀ ଙ୍କ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟା ଜ୍ଞାନ ସମ୍ପର୍କିତ ବୈଠକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତୁଳସୀ ରାମ ସାହୁ ଙ୍କ ଆବାହକ ରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଗୁଡ଼ା ଠାରେ ଅନୁଷ୍ଟିତ ହୋଇଥିଲା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ଦେବୀ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଟ ଶିକ୍ଷାବିତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷିକେଶ ନାଏକ ଯୋଗଦାନ କରି ଶିକ୍ଷକ – ଶିକ୍ଷୟିତ୍ରୀ ଏବଂ ଛାତ୍ର-ଛାତ୍ରୀ ଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ଶିକ୍ଷକ ଙ୍କ ଭୂମିକା , ବିଦ୍ୟାଳୟ ସମ୍ପତ୍ତି ର ବ୍ୟବହାର ଓ ସଫା ସୁତରା ,ପରିବେଷ୍ଟନି ଶିକ୍ଷଣିୟ ଉପଯୋଗୀ ସମ୍ପର୍କ ରେ ଆଲୋଚନା ରଖିଥିଲେ । ବରିଷ୍ଟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତୀଭା ଭୋଇ , ସୁନୀତି ମୁଣ୍ଡ, ଗୌରୀ ନାଏକ,ଶାରଦା ଆଚାର୍ଯ୍ୟ, ଗୌରୀ ଶୁକ୍ଳା ,ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ଦାଶ , ସୂର୍ଯ୍ୟନାରାୟଣ ଦାଶ , ଜଗତ ରାମ ଶବର , ଅନୀଲ ଶର୍ମା ପ୍ରମୁଖ ବିଦ୍ୟାଳୟ ପାଠାଗାର, ଶିକ୍ଷଣ ସାମଗ୍ରୀ ର ଉପଲବ୍ଧି, ବିଦ୍ୟାଳୟ ରେକର୍ଡ଼ ଆଦି ପର୍ଯ୍ୟବେକ୍ଷଣ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ଦେବୀ ସକ୍ରିୟାତ୍ମକ କାର୍ଯ୍ୟ ସମ୍ପାଦନ କରିଥିବା ସ୍ଥଳେ ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ଦାଶ ମୌଳିକ ଭାଷା ଓ ପଠନ କୌଶଳ ର ବିକାଶ ପାଇଁ ଶିକ୍ଷଣ କାର୍ଯ୍ୟ ଯୋଜନା ବିଷୟ ଭାଷା ପ୍ରସଙ୍ଗ “କାଉ କାହିଁକି କଳା” ଆଦର୍ଶ ଶିକ୍ଷାଦାନ ଉପସ୍ଥାପନ କରିଥିଲେ ଏବଂ ଚିତ୍ର ପଠନ, ଡିକୋଡିଙ୍ଗ (ପ୍ରଥମ ଅକ୍ଷର କ୍ରମରେ ଶବ୍ଦ ଚିହ୍ନଟ ), ପଠନ ବୋଧଗମ୍ୟତା କୁ ପ୍ରଧାନ୍ଯ ଦେଇଥିଲେ । ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ମୌଳିକ ସଂଖ୍ୟା ଜ୍ଞାନ ବିଷୟ ଗଣିତ ପ୍ରସଙ୍ଗ “ଆସ ହିସାବ କରିବା” ପାଠ୍ୟ ଯୋଜନା ରେ ଡ଼ିଆଁ ଗୁଣନ , ବାରମ୍ଵାର ମିଶାଣ , ଗୁଣନ କାର୍ଯ୍ୟ ରେ ଅମୂର୍ତ୍ତ ସେପାନ ଏବଂ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ସି.ଆର.ଏ ପ୍ରଣାଳୀ ମାଧ୍ୟମ ରେ ଗୁଣନ ସମ୍ପର୍କିତ ଆଦର୍ଶ ଶିକ୍ଷାଦାନ ଉପସ୍ଥାପନ କରିଥିଲେ । ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ .ରଜତ ବଳା ଦାଶ, ସଂଯୁକ୍ତା ଦାଶ, ସରିତା ରଥ ଶୁଭଦର୍ଶନୀ ପୁରୋହିତ ପ୍ରମୁଖ ଆଦର୍ଶ ଶିକ୍ଷା ଦାନ ର ବିଭିନ୍ନ ପ୍ରମୁଖ ଦିଗ ଓ କୌଶଳ ସମ୍ପର୍କରେ ଗଠନ ମୂଳକ ଆଲୋଚନା କରିଥିଲେ । ଜ୍ୟୋତି ରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।