ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

କଳାହାଣ୍ଡି,(ମଳୟ କୁମାର ସାହୁ):-କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଆନୁକୂଲ୍ୟରେ ଭବାନୀପାଟଣାସ୍ଥିତ ରିଜର୍ଭ ପୁଲିସ ପଡିଆଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଡ. ସଞ୍ଜୟ କୁମାର ଶତପଥି , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ , ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ର , ପୂର୍ବତନ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଏବଂ ବର୍ତ୍ତମାନର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ଭାରତ କୁମାର ପଣ୍ଡା, ସଞ୍ଜୟ କୁମାର, ଅଶୋକ କୁମାର ଚୌଧୁରୀ , କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭବାନୀ ପଟ୍ଟନାୟକ, ସ୍ଵର୍ଣ୍ଣଲତା ମହାନ୍ତି ଏବଂ ଶିଶୁ ସୁରକ୍ଷା ୟୁନିଟର ସମସ୍ତ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ୧୮୦ ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଦୁଲାଳ ସେନାପତି , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରୂପେଶ ହୋତା, ପୂର୍ବତନ ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ର ଏବଂ ରାଜେଶ ନାୟକ ତଥା ସମସ୍ତ ସଦସ୍ୟ ଗଣ , କିଶୋର ନ୍ୟାୟ ବୋର୍ଡର ସଦସ୍ୟଗଣ, ବିଭିନ୍ନ ଖେଳକୁଦ କୁ ପରିଚାଳନା କରୁଥିବା ଶିକ୍ଷକ ଓ ବିଚାରକ ବୃନ୍ଦ ତଥା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।