ରାଧାକୃଷ୍ଣ ବଜାର ରେ ନବଦୁର୍ଗା ପୂଜା ପାଳିତ

ଢେଙ୍କାନାଳ ରାଧାକୃଷ୍ଣ ବଜାର ରେ ନବଦୁର୍ଗା ପୂଜା ୨୦୦୪ରୁ ଆରମ୍ଭ ହୋଇ ୨୦ ବର୍ଷରେ ପହଞ୍ଚିଛି। ସକାଳ ୧୦ଘଟିକା ସମୟରେ କଳସ ଯାତ୍ରା କରାଯାଇଥିଲା। ପରେପରେ ଘଟ ସ୍ଥାପନ ଓ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ମା’ଙ୍କୁ ଚକ୍ଷୁ ଦାନ ଦିଆଯାଇଥିଲା। ମା’ଙ୍କୁ ବିଭିନ୍ନ ପ୍ରକାରର ଫୁଲ ହାର ରେ ସୁସଜ୍ଜିତ କରାଯାଇଥିଲା। ମା’ଙ୍କର ବିଭିନ୍ନ ପ୍ରକାରର ପୂଜା ଆରମ୍ଭ କରାଯାଇଥିଲା। ଯଜ୍ଞ ର ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ଆସନ୍ତା କାଲି ଠାରୁ ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା,ମଣ୍ଡଳ ପୂଜା, କଳସ ପୂଜା, ସପ୍ତଚଣ୍ଡୀ ଆହୁତି ଓ ମା’ଙ୍କ ଷୋଡ଼ଷ ଉପଚାର ପୂଜା କରାଯିବ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ସମୟରେ ଅର୍ନ ଧୂପ ଲାଗି କରାଯିବ। ସନ୍ଧ୍ୟା ରେ ୧୦୮ କାଠି ଆଳତି ଓ ରାତ୍ରୀରେ ବିଭିନ୍ନ ଫଳମୂଳ ଭୋଗ ଲାଗି କରାଯିବ। ପୂଜକ ରୁଦ୍ରନାରାୟଣ କବି ଶତପଥୀ ଓ ବଡ ପଣ୍ଡିତ ନରୋତ୍ତମ ଦାସ ପୂଜାର୍ଚ୍ଚନା କରୁଛନ୍ତି। କର୍ତ୍ତା ଗଣେଶ୍ୱର ଓଝା କର୍ତ୍ତୀ ସନ୍ଧ୍ୟାରାଣୀ ଓଝା ସଭାପତି ପ୍ରମୋଦ ଓଝା, ସମ୍ପାଦକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ପବିତ୍ର ମହାପାତ୍ର, ସହ ସମ୍ପାଦକ ପଙ୍କଜ କୁମାର ଓଝା, କର୍ମୀ ସନ୍ତୋଷ ମାଟି, ବନମାଳୀ ବେହେରା,ସନ୍ତୋଷ ଓଝା ଓ କମିଟିର ସମସ୍ତ କର୍ମକର୍ତ୍ତା ଦ୍ୱାରା ଏହି ନବରାତ୍ର ପୂଜା ପରିଚାଳିତ ହେଉଅଛି।