ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ପ୍ରଥମ ଦିନରେ ବାଲାତ୍ରିପୁରାସୁନ୍ଦରୀ ବେଶ କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ ହାର ରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଭିନ୍ନ ଭୋଗ ଓ ପଣା ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ଯଜ୍ଞ ର ଅଧିବାସ ପୂଜା ସହ ଅଖଣ୍ଡ ଦୀପ ସ୍ଥାପନ କରାଯାଇ ଥିଲା। ମା’ଙ୍କୁ ଷୋଡ଼ଶ ଉପଚାର ରେ ପୂଜା, ଚଣ୍ଡୀ ପାଠ, ସପ୍ତଚଣ୍ଡୀ ଆହୁତି କରାଯାଇ ଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ବଡ଼ସିଂହାର ଭୋଗ ଲାଗି କରାଯିବ ପ୍ରତ୍ୟେକ ଦିନ। ରାତିରେ ପହଡ ପଡ଼ିବ। ପଣ୍ଡିତମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା।