ରୋଗଶଯ୍ୟାରେ ରବିନାରାୟଣ, ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରୀ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ),ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡା ବ୍ଲକ କଲାପଥର ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପାଲିର ସ୍ବର୍ଗତ ମହାବୀର ଶତପଥୀଙ୍କ ବଡ ପୁଅ ରବିନାରାୟଣ ଶତପଥି (33) ତିନି ବର୍ଷ ହେବ ରୋଗଶଯ୍ୟାରେ ପଡି ରହିଛନ୍ତି। ତାଙ୍କର ପରିବାର ସଦସ୍ୟ କେହି ନଥିବା ବେଳେ ସାଇ ପୋଡିଶା ଲୋକ ମିଶି ତାଙ୍କ ଚିକିତ୍ସା ପାଇଁ ବିଭିନ୍ନ ଚିକିତ୍ସାଳୟକୁ ନେଇ ନୟାନ୍ତ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ବ୍ରେନ ଟୁଇମର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ରେ ଚିକିତ୍ସl ହେବା ପରେ କିଛି ଅଂଶ ଦୃଷ୍ଟି ଶକ୍ତି ହରାଇଥିଲେ ‌। ଗ୍ରାମବାସୀ ଠାରୁ ଧାରକରଜ କରି ବହୁତ କଷ୍ଟରେ ଚଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି। କିଛି ଦିନ ପୂର୍ବରୁ ମେଡିକାଲକୁ ଚିକିତ୍ସା ପାଇଁ ଚାଲି ଚାଲି ଯିବା ସମୟରେ ରାସ୍ତା ଉପରେ ଖସି ପଡି ମେରୁଦଣ୍ଡ ଭାଙ୍ଗି ଯିବା ସହ ପାରାଲିସିସ ରୋଗର ଆକ୍ରାନ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ପାଇଁ ଭୁବନେଶ୍ୱର ନେବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କର ଅର୍ଥ ଅଭାବ ଓ ନିଜର ବୋଲି କେହି ନଥିବା ଯୋଗୁଁ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ବାପା ମା କୁ ହରାଇଥିବା ରବିନାରାୟଣ ଏବେ ଶଯ୍ୟାଶାୟୀ ଅବସ୍ଥାରେ ଘରେ ପଡିରହି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବା କହିଛନ୍ତି। ଅନେକ ଲୋକଙ୍କୁ ହାରିଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି । ତାଙ୍କ ସାନଭାଇ ପାଖରେ ଅର୍ଥ ଅଭାବ ରହିଥିବା ବେଳେ ସେ ମଧ୍ୟ ଶାରୀରିକ ଭାବେ ସୁସ୍ଥ ନୁହନ୍ତି ତେଣୁ ରବିନାରାୟଣ ଙ୍କୁ ବଡ଼ ମେଡ଼ିକାଲ ନେଇ ଚିକିତ୍ସା କରିବାକୁ ତାଙ୍କର ନିଜର କେହି କେହି ନାହାନ୍ତି । ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଅର୍ଥ ବାଧକ ସାଜିଛି। ତାଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବଡ ଡାକ୍ତରଖାନାକୁ ନେଇ ଉଚ୍ଚ ଚିକିତ୍ସା ଯୋଗାଇଦେବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ କୁ ଗୁହାରି କରିଛନ୍ତି।