ଓଡାପଡା ବ୍ଲକ୍ ସିମିନଇ ଗ୍ରାମର ଗାନ୍ଧି ବଜାରସ୍ଥିତ ଶ୍ରୀ ଶ୍ରୀ ଜୟଦୁର୍ଗା ପୂଜା ପ୍ରତିଷ୍ଠାନର ଶାରଦୀୟ ଦୁର୍ଗାପୂଜା ମୂର୍ତୀ ନିର୍ମାଣ ପାଇଁ ଆଜି ସୁନିଆ ଅବସରରେ ମାଟି ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି । ବ୍ରାହ୍ମଣୀ ନଦୀ କୂଳ କମଗରା ନିକଟରେ ମା’ ଷୋଡଶ ପୂଜା, ଭୋଗ ଲାଗି କରାଯାଇ ମାଟି ଅନୁକୂଳ କରାଯାଇଥିଲା । ଗ୍ରାମବାସୀ ଘଂଟ ବାଦ୍ୟ ଓ ହରିବୋଲ ହୁଳହୁଳିରେ ପରିବେଶ ଉତ୍ସବ ମୁଖର ହୋଇଥିଲା । ୧୯୭୨ ମସିହାରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଅନୁଷ୍ଠାନ ଆଜି ୫୨ ବର୍ଷରେ ପହଁଚିଅଛି । ସଭାପତି ଏଶୋକ କୁମାର ପରିଡା ଓ ସଂପାଦକ ପ୍ରଣବନ୍ଧୁ ସିଂଙ୍କ ତତ୍ତ୍ଵାବଧାନରେ କର୍ତା ସନ୍ତୋଷ କୁମାର ସିଂ ଓ ପୂଜାକ ଜଗନ୍ନାଥ ମିଶ୍ର ପୂଜା ବିଧ କରି ମାଟି ଅନୁକୂଳ କରିଥିଲେ । କମିଟିର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଢେଙ୍କାନାଳ ସହର ମହାବୀର ବଜାର ପୂଜା କମିଟି ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅ ର୍ଜନା କରାଯାଇ ମା’ଙ୍କ ମୂର୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଥିଲା । ପୂଜକ ମଙ୍ଗରାଜ ପତି ଓ କର୍ତା ପ୍ରମୋଦ କୁମାର ସାହୁ ପ୍ରଥମେ ମା’ଙ୍କର ଷୋଡଶ ପୂଜା ବିଧ କରି ଭୋଗ ଲାଗି କରାଯାଇଥିଲା । ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ସଂପାଦକ ଜ୍ଞାନେନ୍ଦ୍ର ବେହେରା, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା କୈଳାସ ଚନ୍ଦ୍ର ମହାପାତ୍ର, ଉପସଭାପତି ଲକ୍ଷ୍ମୀଧର ଦଳେଇ, ସଦସ୍ୟ ସୁଶାନ୍ତ ଦଳେଇ, ରବିନାରାୟଣ ଫୁଟିଆ, ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।
ଢେଙ୍କାନାଳ ସହର ଚନ୍ଦନ ବଜାର ପୂଜା କମିଟି ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଚ୍ଚନା ଓ ହୋମ କରାଯାଇ ମା’ଙ୍କ ମୂର୍ତୀ ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି । ପୂଜକ ରବି ନାରାୟଣ କବିଶତପଥୀ ଓ କର୍ତା ରୁଦ୍ର ମୋହନ ଷଡଙ୍ଗୀ ମା’ଙ୍କର ଷୋଡଶ ପୂଜା ବିଧ ସଂପନ୍ନ କରି ଭୋଗ ଲାଗି କରାଯାଇଥିଲା । ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ଶିଶିର କୁମାର ଦଳେଇ, ସଂପାଦକ ପ୍ରଫୁଲ୍ଲ ମହାନ୍ତି, କୋଷାଧ୍ୟକ୍ଷ ବିକ୍ରମ ପରିଡା ଓ ସଦସ୍ୟ ସୂର୍ଯ୍ୟ ସରୂପ ମିଶ୍ର ଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।
ଢେଙ୍କାନାଳ ସହର ଷ୍ଟେସ ବଜାର ପୂଜା କମିଟି ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଚ୍ଚନା ଓ ହୋମ କରାଯାଇ ମା’ଙ୍କ ମୂର୍ତୀ ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି । ପୂଜକ ରଞ୍ଜନ ପତି ଓ କର୍ତା ସଂଜୟ ମହାରାଜ୍ ପ୍ରଥମେ ମା’ଙ୍କର ଷୋଡଶ ପୂଜା ବିଧ୍ କରି ଭୋଗ ଲାଗି କରାଯାଇଥିଲା। ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ଗୋପାଳ ଚନ୍ଦ୍ର ସାହୁ, ସଂପାଦକ ଜ୍ୟୋତି ରଂଜନ ରଥ, କୋଷାଧ୍ୟକ୍ଷ ମନିସେନ୍ ଗୁପ୍ତା, ଉପସଭାପତି ଶରତ ସାହୁ, ରାଜେନ୍ଦ୍ର କୁମାର ଜୈନ ଓ ସୁକରାମ ଖାନ୍ଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।
ଢେଙ୍କାନାଳ ସହର ଗୋପବନ୍ଧୁ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଜନା ଓ ହୋମ କରାଯାଇ ମା’ଙ୍କ ମୂର୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି । ପ୍ରଥମେ ପୂଜକ ସଞ୍ଜୀବ କୁମାର କର ଓ କର୍ତା ଅନନ୍ତ ମଲ୍ଲିକ ମା’ଙ୍କର ଷୋଡଶ ପୂଜା ବିଧ୍ୱ ସଂପନ୍ନ କରି ଭୋଗ ଲାଗି କରି ମାଟି ଅନୁକୂଳ କରିଥିଲେ। ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ବିକାଶ ସାହୁ, ସଂପାଦକ ସରୋଜ ମଲ୍ଲିକ ଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା |
ଢେଙ୍କାନାଳ ସହର ରତନ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଚ୍ଚନା ଓ ହୋମ କରାଯାଇ ମା’ଲକ୍ଷ୍ମୀଙ୍କ ମୂର୍ତି ନିର୍ମାଣ ନିମନ୍ତେ ଶୁଭମାଟି ଅନୁକୂଳ ହୋଇଯାଇଛି । ପ୍ରଥମେ ପୂଜକ ସନ୍ତୋଷ ଦେବତା ଓ କର୍ତା ସନ୍ତୋଷ କୁମାର ଅଗ୍ରୱାଲା ମା’ଙ୍କର ଷୋଡଶ ପୂଜା ବିଧ୍ୱ ସଂପନ୍ନ କରି ଭୋଗ ଲାଗି ଦେଇ ଶୁଭମାଟି ଅନୁକୂଳ କରିଥିଲେ । ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି କୃଷ୍ଣ ପ୍ରସାଦ ମହାନ୍ତି, ସଂପାଦକ ମନୋଜ କୁମାର ଅଗ୍ରୱାଲା, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ନାଥ, ଉପସଭାପତି ପ୍ରସନ୍ନ କୁମାର ସାହୁ, ସହ-ସଂପାଦକ ଧୀରେନ୍ କୁମାର ସାହୁ ଓ ଉପଦେଷ୍ଟା ସୁନିଲ୍ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ବହୁ କର୍ମକର୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।