ଢେଙ୍କାନାଳ ବିଭିନ୍ନ ସାହି,ପ୍ରତିଷ୍ଠାନ,ବଜାର,ବିଦ୍ୟାଳୟ ପକ୍ଷରୁ ଗଣେଶ ପୂଜା ପାଳିତ

ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି। ଗଜାନନଙ୍କୁ ଷୋଡ଼ଷ ଉପଚାର ରେ ପୂଜାର୍ଚ୍ଚନା କରାଯାଇଥିଲା। ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଭୋଗ ଫୁଲ ହାର ରାଶିଲଡୁ ଉଖୁଡା କଦଳୀ ନଡ଼ିଆ ଇତ୍ୟାଦି ଧରି ଆନନ୍ଦ ଉଲ୍ଲାସରେ ଆସିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ତତ୍ବାବଧାନରେ ପୂଜା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟସଭ୍ୟାମାନେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରେ ପୂଜା ସୂଚାରୁରୂପେ ସମ୍ପାଦିତ ହୋଇଥିଲା। ଛାତ୍ରଛାତ୍ରୀମାନେ ପ୍ରସାଦ ସେବନ କରିଥିଲେ।

ଢେଙ୍କାନାଳ ରାଧାକୃଷ୍ଣ ବଜାର ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗଣେଶ ପୂଜା ଅତି ଆଡ଼ମ୍ବରରେ ଅନୁଷ୍ଠିତ ହେଇଛି। ଏହି ପୂଜା ନିମନ୍ତେ ପ୍ରଥମେ କଳସ ଯାତ୍ରା କରାଯାଇଥିଲା। କଳସ ଆବାହନ, ମଣ୍ଡଳ ପୂଜା ଓ ଶ୍ରୀ ଗଜାନନ ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ଚଳିତ ବର୍ଷ ମୂର୍ତ୍ତି କୁ ଜଙ୍ଗଲ ପରିବେଷର ଏକ ମୁଖ୍ୟ ଅଙ୍ଗ ହାତୀ ସୁରକ୍ଷା ଦିଗରେ ଏକ ବାର୍ତ୍ତା ଏବଂ ସଚେତନ ନିମନ୍ତେ ଏକ ଛୋଟ ପ୍ରୟାସ କରାଯାଇଛି। ହାତୀ ମଣିଷ ଲଢେ଼ଇର ହାର ହ୍ରାସ ନିମନ୍ତେ ସଚେତନତା ଦିଗରେ ମୂର୍ତ୍ତି ମାଧ୍ୟମରେ ପ୍ରୟାସ କରାଯାଇଛି। ପୂଜକ ଘନ ଭାଇନା, କର୍ତ୍ତା ଗୋବିନ୍ଦ ଷଣ୍ଢ, ସଭାପତି ବିଶ୍ବରଂଜନ ଓଝା, କାର୍ଯ୍ୟକାରୀ ସଭାପତି କାଳିଆ ବେହେରା, ସମ୍ପାଦକ ଅଶୋକ ଦାସ, ଉପସଭାପତି ସନ୍ଦିପ ବେହେରା, ପିଣ୍ଟୁ ପାତ୍ର ,ସହ ସମ୍ପାଦକ ସିନୁ ଷଣ୍ଢ, ମାନସ ବାରିକ, କୋଷାଧ୍ୟକ୍ଷ ରାଜା ଦାସ ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶ୍ରୀ ଶ୍ରୀ ଗଜାନନ ଙ୍କୁ ପ୍ରଥନା କରିଥିଲେ।

ଢେଙ୍କାନାଳ କାରିଗର ସାହି ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଯାଇଛି।୧୯୮୩ ମସିହାରୁ ଗଣେଶ ପୂଜା ପାଳିତ ହୋଇଆସୁଛି। କଳସ ସ୍ଥାପନ,ମଣ୍ଡଳ ପୂଜା, ଗଣେଶଙ୍କୁ ଷୋଡ଼ଶ ଉପଚାରରେ ପୂଜା ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ପୂଜକ ଗୋବିନ୍ଦ ନନା, କର୍ତ୍ତା ଦିଲୁ ମହାରଣା, ସଭାପତି ନିଲୁ ଦଲେଇ,ସମ୍ପାଦକ ସାଧବ ବେହେରା,ରାଜା ଦାସ,ଶରତ ବେହେରା,ଜଗନ ବେହେରା,ସୁପୁନୁ ଦଲେଇ,ରାଜା ବେହେରା,ସୁଭମ୍ ବାରିକ, ରଞ୍ଜିତ ଦଳେଇ, ଲିକୁ ବେହେରା, ବୁଲୁ ଦଳେଇ, ହେମନ୍ତ ଦଳେଇ, ସୁବ୍ରତ ବେହେରା,ସୁଶୀ ଦଳେଇ,ଶ୍ରବଣ ବେହେରା ଇତ୍ୟାଦି କର୍ମକର୍ତ୍ତାଙ୍କ ଉପସ୍ଥିତରେ ଗଣେଶ ପୂଜା ସମ୍ପାଦନ ହୋଇଥିଲା