ଆମ୍ବ ମାର୍କେଟ ରୋଡ଼ ଠାରେ ଫୁଡ୍ ଟାଉନ୍ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ଉଦଘାଟିତ।

ବ୍ରହ୍ମପୁର:୧୪/୯(ଶ୍ରୀକାନ୍ତ କୁମାର ବେହେରା):ବ୍ରହ୍ମପୁର ଆମ୍ବ ମାର୍କେଟ ରୋଡ଼ ଠାରେ ଫୁଡ୍ ଟାଉନ୍ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଛି । ଆଜି ମଧ୍ୟାହ୍ନ ସମୟରେ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପ୍ରଦୀପ ବେହେରା, ବରିଷ୍ଠ ଆଇନଜୀବି ଦୀପକ କୁମାର ପଟ୍ଟନାୟକ, ସୁଧୀର ରାଉତ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସତ୍ୟ ସ୍ବରୂପ ପଟ୍ଟନାୟକ, ମିନତି ମହାନ୍ତି ଉପସ୍ଥିତ ଥିଲେ । ସ୍ୱସ୍ଵାଦ ଖାଇବା କାହାକୁ ଅବା ପସନ୍ଦ ନୁହେଁ । ବର୍ତ୍ତମାନ ଯୁବ ପିଢ଼ି ଠାରୁ ବୟସ୍କ ଲୋକମାନେ ରେଷ୍ଟୁରାଣ୍ଟ ରେ ଖାଇବା ପାଇଁ ଆଗ୍ରହ ବ୍ୟକ୍ତ କରିଥାଆନ୍ତି।ଓଡ଼ିଶାର ଯେଉଁ ସ୍ଥାନକୁ ଆପଣ ମାନେ ଯିବେ ସେଠି ଓଡ଼ିଆ ଖାଇବା ସହ ଦେଶୀ ଓ ବିଦେଶୀ ଖାଦ୍ୟର ଚାହିଦା ସବୁଠି ନିଆରା । ଏଭଳି କି ଆମେ ଯଦି କହିବା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଖାଦ୍ୟର ମହକ ମଧ୍ୟ କେଉଁ ଗୁଣରୁ କମ ନୁହେଁ ତାହା ସମସ୍ତ ଖାଦ୍ୟପ୍ରେମୀ ଅଜଣା ନୁହନ୍ତି ।

ତେବେ କହିବାକୁ ଗଲେ ବ୍ରହ୍ମପୁର ଆମ୍ବ ମାର୍କେଟ ଓ ଅନ୍ଧପସରା ରୋଡ ନିକଟରେ ସୁସ୍ୱାଧିଷ୍ଠ ଖାଇବାର ମହକ ଆଣିଦେଇଛି ନୁଆଁ କରି ଆରମ୍ଭ ହୋଇଥିବା ଫୁଡ୍ ଟାଉନ୍ କାଫେ ଏଣ୍ଡ ରେଷ୍ଟୁରାଣ୍ଟ । ଏହି ରେଷ୍ଟୁରାଣ୍ଟ ଟି ଦେଖିବା ଯେତିକି ଚାକଚକ୍ୟ ଖାଇବା ବ୍ୟଞ୍ଜନ ମଧ୍ୟ ତାହା ଠାରୁ ବେଶ୍ ସ୍ୱାଦିଷ୍ଟ । ଗ୍ରାହକଙ୍କ ନିମନ୍ତେ ଅଳ୍ପ ସମୟ ମଧ୍ୟରେ ଖାଦ୍ୟ ଭିତରେ ପ୍ରସ୍ତୁତ କରିବାର ସବୁ ପ୍ରକାର ଅତ୍ୟାଧୁନିକ ପ୍ରଣାଳୀ ବ୍ୟବହାର କରାଯାଇଛି । ଏମିତିକି ପରସିବାକୁ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା ଢେର ଅଧିକ । ସତେ ଯେମିତି ଲାଗିବ ଘର ଭିତରେ ପରିବାରର ସଦସ୍ୟ ମାନେ ପରସି ଦେଉଛନ୍ତି। ଏଠାରେ ସମସ୍ତ ପ୍ରକାର ଉଚ୍ଚକୋଟିର ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ ସହ ପ୍ରାକୃତିକ ଉପାୟରେ ରେଷ୍ଟୁରାଣ୍ଟ ଆଭ୍ୟନ୍ତରୀଣ କୁ ସୁସଜ୍ଜିତ କରାଯାଇ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଗ୍ରାହକ ଭୋଜନ କରିପାରିବେ ଏବଂ ସ୍ୱାଦିଷ୍ଟ ବ୍ୟଞ୍ଜନ ଅତି ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଆପ୍ୟାୟିତ କରାଯିବ ବୋଲି ଏହାର ପ୍ରୋପାଇଟର ସର୍ବଜିତ୍ ମହାନ୍ତି କହିଛନ୍ତି ।