ଜିଲ୍ଲା ରେଡ଼କ୍ରସ ସଂସ୍ଥାର ସାଧାରଣ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ/ ୧୨/୦୯-ରେଡ଼କ୍ରସ ସଂସ୍ଥା ଜିଲ୍ଲା ଶାଖା, ରାୟଗଡର ଆଜି ବାର୍ଷିକ ସାଧାରଣ ଓ କାର୍ଯ୍ୟନିର୍ବାହୀ ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜୋଇଯାଇଛି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ରମେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ଭାସ୍କର ଚନ୍ଦ୍ର ରୋଇତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ରେଡ଼କ୍ରସର ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨୩-୨୪ ବର୍ଷରେ ଆଦାୟ ଓ ଖର୍ଚ୍ଚ ବିଷୟରେ ସମୀକ୍ଷା କରିଥିଲେ l ଏହା ବ୍ୟତୀତ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ନିମନ୍ତେ ବଜେଟ ଉପସ୍ଥାପନା କରିଥିଲେ l ବିଗତ ବର୍ଷ ୧୮ଲକ୍ଷ ୪୮ହଜାର ୩୪୬ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ସେପ୍ଟେମ୍ବର ମାସର ୧୧ତାରିଖ ରିଖ ସୁଦ୍ଧା ୮ଲକ୍ଷ ୫୪ହଜାର ଟଙ୍କା ଆଦାୟ ହୋଇଥିବା ପ୍ରକାଶ କରିଥିଲେ l ସେହିପରି ବିଗତ ବର୍ଷରେ ୬ଲକ୍ଷ ୧୪ହଜାର ୩୨୫ଟଙ୍କା ଓ ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ୮ଲକ୍ଷ ୩୭ହଜାର ୨୧୦ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରିଥିଲେ l ପାଣ୍ଠି ଆଦାୟକୁ ନେଇ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସମୀକ୍ଷା କରି କହିଲେ ଯେ ଏହି ଟଙ୍କା ଜିଲ୍ଲାର ଗରିବ ଦୁଃଖୀ , ଦରିଦ୍ରଙ୍କ ସେବାରେ ଲାଗୁଥୁବାରୁ କିଛି ଅଧିକାରୀ ଧାର୍ଯ୍ୟ ପାଣ୍ଠି ଜମା କରୁନଥିବାରୁ ଉଦବେଗ ପ୍ରକାଶ କରିଥିଲେ l ସମସ୍ତ ଅଧିକାରୀ ବଦାନ୍ୟ ବ୍ୟକ୍ତି, ସଂସ୍ଥାକୁ ତୁରନ୍ତ ପୂର୍ବ ବର୍ଷର ବକେୟା ଟଙ୍କା ଜମା କରିବା ପାଇଁ ଅନୁରୋଧ କରିଥିଲେ l ସେହିପରି ଖର୍ଚ୍ଚ ଉପରେ ସମୀକ୍ଷା କରି ଜଣାପଡିଛି ଯେ ଜିଲ୍ଲା ରେଡ଼କ୍ରସ ତରଫରୁ ବହୁତ ମହନିୟ କାର୍ଯ୍ୟରେ ସହାୟତା ପ୍ରଦାନ କରିଛି l ବିଗତ ବର୍ଷରେ ସ୍ୱାସ୍ଥ୍ୟ ସେବା ପାଇଁ ଗରିବ ଲୋକଙ୍କୁ ୨ଲକ୍ଷ୍ ୩୭ହଜାର ଟଙ୍କା ପ୍ରଦାନ କରାଯାଇଛି | ଗରିବ ଲୋକଙ୍କୁ ୧ଲକ୍ଷ ୭ ହଜାର ଟଙ୍କା ଆର୍ଥିକ ସହାୟତା ଦିଆ ଯାଇଛି l ଗରୀବ ପିଲା ମାନଙ୍କ ପାଠ ପଢିବା ନିମନ୍ତେ ୨୧ହଜାର ଟଙ୍କା, ଜୀବନ ଜୀବିକା ମାନବୃଦ୍ଧି ପାଇଁ ୧୧ହଜାର ଟଙ୍କା,୩୦ହଜାର ଟଙ୍କା ଦୁର୍ଘଟଣା ଜନିତ ସମସ୍ୟା ପାଇଁ ତିନି ଜଣକୁ ସହାୟତା ପଦାନ କରାଯାଇଛି l


ଚଳିତ ବର୍ଷରେ ସ୍ୱାସ୍ଥ୍ୟ ସେବା ପାଇଁ ଗରିବ ଲୋକଙ୍କୁ ୧ଲକ୍ଷ୍ ୪୦ହଜାର ଟଙ୍କା ପ୍ରଦାନ କରାଯାଇଛି l ଗରିବ ଲୋକଙ୍କୁ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆ ଯାଇଛି l ଗରୀବ ପିଲା ମାନଙ୍କ ପାଠ ପଢିବା ନିମନ୍ତେ ୩ଲକ୍ଷ ୫୭ହଜାର ଟଙ୍କା, ଜୀବନ ଜୀବିକା ମାନବୃଦ୍ଧି ପାଇଁ ୫ହଜାର ଟଙ୍କା,୨୦ହଜାର ଟଙ୍କା ଦୁର୍ଘଟଣା ଜନିତ କ୍ଷୟକ୍ଷତି ପାଇଁ ଜଣକୁ ଜଣକୁ ସହାୟତା ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ l
ଏହି ବୈଠକରେ ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଉଭୟ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିବା ବେଳେ ବରିଷ୍ଠ ନାଗରିକ ଜଳନ୍ଧର ପୁଷିକା ଆଜୀବନ ସଦସ୍ୟ ମାନଙ୍କୁ ସାର୍ଟିଫିକେଟ ଦିଆଯାଉ ବୋଲି ଅନୁରୋଧ କରିଥିଲେ lଆଜିର ବୈଠକରେ ରେଡ଼କ୍ରସ ସଂସ୍ଥାର ଆଜୀବନ ସଦସ୍ୟ ଡ଼ଃ ଦୁଷ୍ମନ୍ତ ମହାନ୍ତି, ଗୋପୀନାଥ ସାହୁ, ସତ୍ୟବାଦୀ ପତି, ଜଳନ୍ଧର ପୁଷିକା, ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ l