ଆଠମଲ୍ଲିକ ବ୍ଲକ ଅଏଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ଆଠମଲ୍ଲିକ,(ବୁଲୁ ଦଳେଇ): ଶିକ୍ଷା ର ଉନ୍ନତି କଳ୍ପେ ଶିକ୍ଷକତା ଭଳି ଏକ ପବିତ୍ର ବ୍ରତ କୁ ନିଜର ପେଶା ତଥା ନିଶା ଭାବେ ଗ୍ରହଣ କରି ଆଜି ଆଠମଲ୍ଲିକ ବ୍ଲକ ଅଏଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ମନୋଜ କୁମାର ମିଶ୍ର ନିଜ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି l ଆଜି ଅଏଡ଼ା ହାଇସ୍କୁଲ ପରିସରରେ, ଶ୍ରୀ ମିଶ୍ର କରାଯାଇଛି ଏବଂ ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସୁସ୍ମିତା ସାହୁ, ଶ୍ରୀ ମିଶ୍ର ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l 1983 ମସିହାରୁ 2023 ମସିହା, ଦୀର୍ଘ 40 ବର୍ଷ ଧରି, ସେ ଅଏଡ଼ା ହାଇସ୍କୁଲ ରେ ସେ ଶିକ୍ଷକତା କରିବା ସହ, ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହୋଇଥିଲେ l ନିଜର ନମ୍ର, ଭଦ୍ର ସ୍ଵଭାଵ ପାଇଁ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କ ପ୍ରିୟଭାଜନ ହେବା ସହ, ନିଜ ସହକର୍ମୀ ମାନଙ୍କର ବି ଅତି ଆପଣାର ହୋଇଆସିଥିଲେ l
ନିଜର ଉତ୍ତମ ବ୍ୟବହାର, କର୍ତଵ୍ୟନିଷ୍ଠ ମନୋଭାବ, ସାଧା ସିଧା ଜୀବନ ଶୈଳୀ ପାଇଁ ଶ୍ରୀ ମନୋଜ ମିଶ୍ର, ଅଏଡ଼ା ପଞ୍ଚାୟତ ତଥା ଆଠମଲ୍ଲିକ ଅଞ୍ଚଳ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସହ, ଅନୁଗୋଳ ଶିକ୍ଷା ଜିଲ୍ଲା ରେ ନିଜର ଉନ୍ନତ ଶିକ୍ଷାଦାନ ଶୈଳୀ ପାଇଁ, ଆଦର୍ଶ ଶିକ୍ଷକ ର ସମ୍ମାନ ରେ ମଧ୍ୟ ସମ୍ମାନିତ ହୋଇଥିଲେ l ଶ୍ରୀ ମିଶ୍ର ଜଣେ ପରିବେଶ ପ୍ରେମୀ ବ୍ୟକ୍ତି, ତେଣୁ ସେ ପ୍ରାୟ 35 ହଜାର ବୃକ୍ଷ ରୋପଣ କରି, ସାରା ଅନୁଗୋଳ ଜିଲ୍ଲା ରେ ଗୋଟେ ଉଦାହରଣ ସୃଷ୍ଟି କରିଛନ୍ତି l ଆଜି ପ୍ରଧାନଶିକ୍ଷକ, ଶ୍ରୀ ମନୋଜ ସାର ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ, ଅଏଡା ହାଇସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ବୃନ୍ଦ, ପଞ୍ଚାୟତ ବାସୀ, ସ୍କୁଲ କମିଟି ର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ l ପୁରାତନ ଛାତ୍ର ତଥା, ଆଠମଲ୍ଲିକ ଅଞ୍ଚଳ ର ଜଣାଶୁଣା ରାଜନେତା ତଥା ସାମାଜିକ କର୍ମୀ ଶ୍ରୀ ଚିତ୍ତରଞ୍ଜନ କର୍ଣ୍ଣ ଙ୍କ ତତ୍ୱାବଧାନ ରେ ବହୁ ସଂଖ୍ୟା ରେ ଅଞ୍ଚଳ ବାସୀ ଓ ହାଇସ୍କୁଲ ର ଅନେକ ପୁରାତନ ଛାତ୍ର ଛାତ୍ରୀ ଅଏଡା ହାଇସ୍କୁଲ ପ୍ରାଙ୍ଗଣରେ ଉପସ୍ଥିତ ରହିଥିଲେ l ଆଠମଲ୍ଲିକ ଅଞ୍ଚଳ ର ଶିକ୍ଷାବିତ, ବୁଦ୍ଧିଜୀବୀ, ସମସ୍ତ ସାମାଜିକ କର୍ମୀ ତଥା ଅଏଡ଼ା ହାଇସ୍କୁଲ ର ସମସ୍ତ କର୍ମକର୍ତା, ଏ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସୁଚାର ରୂପେ ତୁଲାଇବାରେ ସହାୟକ ସାଜିଥିଲେ l ସେଥିପାଇଁ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେବା ସହ, ସମସ୍ତଙ୍କ ପାଖରେ ଚିରକୃତଜ୍ଞ ରହିବି ବୋଲି, ନିଜ ଉଦବୋଧନ ରେ ପ୍ରକାଶ କରିଥିଲେ l