ଢେଙ୍କାନାଳ,୦୧/୦୯(ଶୁଭମ ପାଣି) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥିତ ସଦଭାବନା ଗୃହ ଠାରେ ଢେଙ୍କାନାଳ ଜିଲ୍ଲା ବିପର୍ଯ୍ୟୟ କର୍ତ୍ତୃପକ୍ଷ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡ଼ମା)ର ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅକ୍ଷତାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ପାଘାତର ନିରାକରଣ ସମସ୍ତ ଶ୍ରେଣୀ ଗୃହ, ଭୋଜନ ସାମଗ୍ରୀ ଗୋଦାମ ଗୃହ, ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ ରଖିବାକୁ ଏବଂ ପିଲାଙ୍କ ସୁରକ୍ଷା ନିମନ୍ତେ କୂଅକୁ ଗ୍ରୀଲ ଦ୍ବାରା ଘୋଡାଇବାକୁ ବିଦ୍ୟାଳୟ ଖୋଲିବା ଏବଂ ଛୁଟି ସମୟରେ ବିଦ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ପିଲାମାନଙ୍କୁ ଶୃଙ୍ଖଳିତ କରି ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବିନୀତା ସେନାପତି, ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଧଳ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏବଂ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧ୍ବକାରୀ, ସହକାରୀ ବ୍ଳକ ଶିକ୍ଷା ଅଧିକାରୀମାନଙ୍କ ସମେତ ୪ ଟି ବିପର୍ଯ୍ୟୟ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ଓଡ୍ରାଫର କର୍ମକର୍ତ୍ତା ସର୍ପାଘାତ ଜନିତ ଚିକିତ୍ସା ବିଧୂ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । କୌଣସି ପ୍ରକାରର ପୁରୁଣା ଚିକିତ୍ସା ପଦ୍ଧତି ଅବଲମ୍ବନ ନ କରି ଯଥାଶୀଘ୍ର ଡାକ୍ତରୀ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ।ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ ବୈଠକରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଓସଡମାର ଡି.ଆର.ଆର, କନ୍ସଲଟାଣ୍ଟ ଶ୍ରୀମତୀ ସଙ୍ଗୀତା ଦାଶ ବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇ କହିଥିଲେ ।