ବ୍ରହ୍ମପୁର,୧୮/୮(ଶ୍ରୀକାନ୍ତ କୁମାର ବେହେରା) : ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀଙ୍କ ଜମାଦାର ଓ କର୍ପୋରେଟର ମାନଙ୍କ ମଧ୍ୟରେ ଦେଖା ଦେଇଛି ବିବାଦ l ସୂର୍ଯ୍ୟ ନାରାୟଣ ସୁବୁଦ୍ଧିଙ୍କ ୱାର୍ଡନମ୍ବର ୧୨ ରେ ଘଟଣା ଘଟିଛି l ଜମାଦାର ମାନେ ମନ ଇଚ୍ଛା କାର୍ଯ୍ୟକୁ କରୁଛନ୍ତି l କର୍ପୋରେଟର ମାନେ ସଫେଇ ବିଷୟରେ ପଚାରିଲେ ଓଲଟା ଜାତି,କୁଳ ସଂଘ ନାମରେ ଧମକାଉଛନ୍ତି ବୋଲି ୱାର୍ଡନମ୍ବର ୧୨ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି କହିଛନ୍ତି l ଏ ନେଇ ଅସନ୍ତୋଷ ବ୍ୟକ୍ତ କରି ମହାନଗର ଅଂଚଳର ବହୁ କର୍ପୋରେଟର ସଭା ଗୃହରେ କମିଶନର ଓ ମେୟରଙ୍କୁ ଅଭିଯୋଗ କରିଥିଲେ l ଅଭିଯୋଗ ଆସିଥିବା ଜମାଦାରଙ୍କୁ ତାଗିଦ୍ କରିବା ସହ ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି କହିଥିଲେ କମିଶନର l ଘଟଣାର ସତ୍ୟତା ନିମନ୍ତେ ବିଭାଗର ଜଣେ ଅଧିକାରୀଙ୍କୁ ଇନକ୍ୱାରି ନିର୍ଦ୍ଦେଶ ଦେଇଥିଲେ, ତଦନ୍ତ ରିପୋର୍ଟ ଆସିବା ପରେ ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି BMC କମିସନର ଜେ ସୋନାଲ କହିଛନ୍ତି ।